jayashree

ପଦ୍ମପୁର ଓକିଲ ସଂଘ ଆନୁକୂଲ୍ୟରେ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୮୦ ତମ ସ୍ୱାଧୀନତା ଦିବସ ଅବସରରେ ପଦ୍ମପୁର ଓକିଲ ସଂଘ ଅନୁକୂଲ୍ୟରେ ପଦ୍ମପୁର ଓକିଲ ସଂଘ ସଭାଗୃହ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପଦ୍ମପୁର ଓକିଲ ସଂଘର ସଭାପତି ଆନନ୍ଦ ପଣ୍ଡା ଓ ବୟୋଜ୍ୟେଷ୍ଠ ଓକିଲ ଗୌନ୍ତିଆ କୁମାର ସାହୁ ଓ ରାଧାବଲ୍ଲଭ ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଏବଂ ଏଡିଜେ ସୂର୍ଯ୍ୟ ନାରାୟଣ ଦ୍ୱିବେଦୀ,ସବଜଜ କୁମୁଦିନୀ ମୁଦୁଲି ମ୍ୟାଡ଼ମ ଓ ଏସ୍‌ଡିଜେଏମ୍‌ ପତିତପାବନ ପଣ୍ଡା, ସମାଜସେବୀ ନିରୋଜ ଦୋରା, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଜନସାଧାରଣ ତଥା ମହିଳା ମହାବିଦ୍ୟାଳୟର ରେଡକ୍ରସ, ସ୍କାଉଟ ଛାତ୍ରୀ ଉପସ୍ଥିତ ଥିଲେ । ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ କରିଥିବା ବ୍ୟକ୍ତି ମାନଙ୍କ ନାମହେଲା କୁମାର ନାଏକ, ଶୋବନ କୁମାର ପଣ୍ଡା, ପୀତବାସ ଠେଲା, ନୃପରାଜ ସାହୁ, ବୈବ ବାରିକ, ଅଶୋକ ମେହେର, ଲକ୍ଷ୍ମୀକାନ୍ତ ବରିହା, ଭିକାରୀ ଗଡତିଆ, ଦିବାକର ତ୍ରିପାଠୀ, ଆଦର୍ଶ ତ୍ରିପାଠୀ, ସୁରଜ ସୁନା, ହରେଶ ଡୁଙ୍ଗୁରି, ରୁଦ୍ର ସାହୁ, ବିନୋଦ ବେହେରା, କ୍ଷେତ୍ରଘନ କୁମ୍ଭାର, ନିଶିତ କୁମାର ସିଂହ, ସୁନୀଲ ବେହେରା, ହରିଶଙ୍କର ସିଂହ, କ୍ରୀତୀ ଭୁଏ, ଝସକେତନ ସାହୁ, ସଂଜୀବ କୁମାର ବାଗ, କଲ୍ୟାଣୀ ମିଶ୍ର, ଶୈଳେଶ ମହାନ୍ତି, ଚିତ୍ତରଞ୍ଜନ ପାଣ୍ଡେ, ଶଙ୍କର ରାଉତ, ଧବଳେଶ୍ୱର ମହାନନ୍ଦ, ଆଶିଷ ଜ୍ୟୋତିଷ, ୟଶୋବନ୍ତ ସାହୁ, ରାଜେଶ କୁମାର ନାଏକ, ମାଧବ ସାହୁ, ଚନ୍ଦନ ସାହୁ, ନବକିଶୋର କଣ୍ଟା, ଜ୍ୟୋଷ୍ଣାରାଣୀ କର, ବିକାଶ ହୋତା, ଦୀପକ ବଗର୍ତି, ସୌମ୍ୟରଂଜନ ସାରଙ୍ଗୀ, ସୁବ୍ରତ କୁମାର ବିଶ୍ୱାଳ, ଅମିତ କୁମାର ଗର୍ଗ, ମନୀଷ ନାଏକ, ସଚ୍ଚିଦାନନ୍ଦ ସାହୁ, ରଜତ କୁମାର ମିଶ୍ର ରକ୍ତଦାନ କରିଥିଲେ । ଏଥିରେ ଓକିଲ ସଂଘର ସଦସ୍ୟ ଅଜିତ କୁମାର ଶତପଥୀ, ଉମେଶ ସାହୁ, ରାମରତନ ପୁରୋହିତ, ପ୍ରଦୀପ ଯୋଶୀ, ପ୍ରଦୀପ ସାହୁ, ପ୍ରମୋଦ ମିଶ୍ର, ସୁଶାନ୍ତ ସାହୁ, ସୁନୀଲ ଦାସ, ହିତେନ୍ଦ୍ରୀୟ ବାରିକ, ପ୍ରଶାନ୍ତ ମାଝୀ, ଆଦିତ୍ୟ ରଥ, ନେତ୍ରାନନ୍ଦ ସାହୁ, ବିଭୂତିଭୂଷଣ ଦାସ, କିଶୋର ମେହେର, ସୁନୀଲ ପାଣିଗ୍ରାହୀ, ଚିନ୍ମୟ ପଣ୍ଡା, ସୁବାଶିଷ ମିଶ୍ର, ପ୍ରମୋଦ ବାରିକ, ଚନ୍ଦନ ସାହୁ, ଆଶିଷ ଜ୍ୟୋତିଷ, ଅବଲେଶ୍ୱର ମହାନନ୍ଦ, ସଂଜୀବ କୁମାର ବାଗ, ଯଶୋବନ୍ତ ସାହୁ, ଶୋଭମ କୁମାର ପଣ୍ଡା, ଦିବାକର ତ୍ରିପାଠୀ, ଆଦର୍ଶ ପୁରୋହିତ, ଝସକେତନ ସାହୁ, ସୋମେଶ ମହାନ୍ତି, ଦିଲୀପ ପଧାନ, ଦିଲୀପ ଦାନୀ, ଅରୁଣ ଦାନୀ, ପୁରୁଷୋତ୍ତମ ଅଗ୍ରୱାଲ, ଫକୀର ମେହେର, ନରେନ୍ଦ୍ର ସାହୁ, ରୋହିତ ଭୋଏ, ଲକ୍ଷ୍ମଣ ସାହୁ, ସନ୍ତୋଷ ଶତପଥୀ, ରଜନୀକାନ୍ତ ଦାସ, ସୁଶାନ୍ତ ରଥ ଓ ଲିଙ୍ଗରାଜ ସାହୁ ଉପସ୍ଥିତ ଥିଲେ । ଓକିଲ ସଂଘର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଶେଷରେ ଓକିଲ ସଂଘର ସମ୍ପାଦକ ହରିଶଙ୍କର ସିଂହ ଉକ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଥିବାରୁ ସଂଘର ସମସ୍ତ ସଦସ୍ୟ, ବିଭିନ୍ନ ଅନୁଷ୍ଠାନର ରକ୍ତଦାତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.