
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ୮୦ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତି ଉତ୍ସାହର ସହିତ ପାଳିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଦ୍ୟାଳୟ ସଭାପତି ତଥା ପଦ୍ମଚରଣ ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ତଥା ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ସନ୍ତୋଷ କୁମାର ସାହୁ, ସହ-ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଉପସ୍ତିତ ରହି ସହଯୋଗ କରିଥିଲେ । ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ଓ ରାଷ୍ଟ୍ରୀୟ ସଙ୍ଗୀତ ଜନଗଣ ମନ ସାମୂହିକ ଗାନ ପରେ ଏକ ଆନୁଷ୍ଠାନିକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଧାନାଚାର୍ଯ୍ୟ ସୁରେଶ କୁମାର ଆଚ଼ାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ସ୍ୱାଧୀନତା ସଂଗ୍ରାମରେ ଦେଶ ପାଇଁ ତ୍ୟାଗ ବଳିଦାନ ଦେଇଥିବା ପୂର୍ବ ସୂରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ମୁତିଚାରଣ କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ବୀର ସୈନିକ ପ୍ରାଣବଳି ଦେଇଥିବା ବୀର ସଂଗ୍ରାମୀ ପୁରୁଷଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା । ଶିଶୁମାନେ ସ୍ୱାଧୀନତା ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଦେଶଭକ୍ତି ଗୀତ, କବିତା ଓ ସଂଗୀତ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଆଚାର୍ଯ୍ୟ ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ବି. ସୁଶୀଳା କୁମାରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଅନ୍ୟାନ୍ୟ ସଦସ୍ୟ, ସଦସ୍ୟା,ସମସ୍ତ ଗୁରୁଜୀ ଗୁରୁମା ଓ ମଉସା ମାଉସୀ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।