jsm

‘ଓଜିବି ପକ୍ଷରୁ ସ୍ୱଚ୍ଛତା ହିଁ ସେବା’ ଶିବିର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାବାର୍ଡା ଦ୍ୱାରା ପ୍ରଯୋଜିତ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଛତାମଖନା ଶାଖା ଦ୍ୱାରା ଆୟୋଜିତ ସ୍ୱଚ୍ଛତା ହିଁ ସେବା ୨୦୨୫ କାର୍ଯ୍ୟକ୍ରମ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପକାର କଳାକାର ବଲାଙ୍ଗିରଙ୍କ ଦ୍ୱାରା ଲଘୁ ନାଟକ ମାଧ୍ୟମରେ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏବିଡିଓ ପୁଇଁତଲା ବିଜୟ କୁମାର ହୋତା, ସମ୍ମାନିତ ଅତିଥି ଭାବେ ଡିଡିଏମ୍‌ ନାବାର୍ଡା ଡ. ବିବେକ କୁମାର ନାୟକ, ଏଲ୍‌ଡିଏମ୍‌ ବଲାଙ୍ଗିର ପ୍ରଶାନ୍ତ କୁମାର ବେହେରା, ରିଜିଓନାଲ ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ ଏବଂ ଶାଖା ପରିଚାଳକ ଋଷଭରାଜ ଗନ୍ତାୟତ ଯୋଗ ଦେଇଥିଲେ । ଏସ୍‌ଏଚ୍‌ଜି ମା’ମାନଙ୍କ ଦ୍ୱାରା ମା’ଙ୍କ ନାମରେ ଗଛଟିଏ ଲଗାଇବା କାର୍ଯ୍ୟକ୍ରମରେ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ପାଖାପାଖି ୨୫୦ ଛାତ୍ରଛାତ୍ରୀ ଏବଂ ଏସ୍‌ଏଚ୍‌ଜି ମା’ମାନେ ୨୦୦ ଜଣ ଯୋଗଦାନ କରିଥିଲେ । ସରକାରଙ୍କ ସାମାଜିକ ସୁରକ୍ଷା ଅଧିନସ୍ଥ ପିଏମ୍‌ଜେଜେବିୱାଇ, ବ୍ୟତୀତ ମୁଦ୍ରା ଲୋନ, ଦୁର୍ଘଟଣା ସହାୟତା, ଜୀବନ ବୀମା ତଥା ପରିବେଶର ସୁରକ୍ଷା ଏବଂ ସ୍ୱଚ୍ଛତା ବିଷୟରେ ଅତିଥିବୃନ୍ଦ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ତଥା ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡ. ଦୈତାରୀ ପୁଜାରୀ । ଏହି କାର୍ଯ୍ୟକ୍ରମର ମନୋରଂଜନ ଧାରାରେ ଯୋଗାଯୋଗ ସହିତ ଜଡିତ ଥିଲେ ସାଗାମାପା କଳା ପରିଷଦର ସଭ୍ୟ ତଥା ବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ. ପବିତ୍ର କୁମାର ଦଣ୍ଡସେନା, କଳାକାର ଭୂମିକାରେ ସାନ, ବଡ ଓ ତାଙ୍କ ସହଯୋଗୀ ବ୍ୟତିତ ପଦ୍ମାଳୟା ତ୍ରିପାଠି, ସୁଦାମ ଚରଣ ଖମାରୀ, ଚାରୁଲତା ମିଶ୍ର, ରାଧାକାନ୍ତ ସାହୁ, ପ୍ରେମାନନ୍ଦ ବିଶି, ଦୁର୍ବାଦଳ ମିଶ୍ର, ଦୁଃଖିଶ୍ୟାମ ବାଗ ଓ ସଂଯୁକ୍ତା ବାଗ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.