csstore

କଣ୍ଟାବାଞ୍ଜିରେ ମାରୱାଡି ଯୁବା ମଞ୍ଚ ତରଫରୁ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରିଭବନରେ ଆଜି ମାରୱାଡି ଯୁବାମଞ୍ଚ କଣ୍ଟାବାଞ୍ଜି ଶାଖା ଓ ଜାଗୃତି ଶାଖାର ପକ୍ଷରୁ ରାୟପୁର ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲ ରାୟପୁରଙ୍କ ସହଯୋଗରେ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହେଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପ୍ରେସ କ୍ଲବ କଣ୍ଟାବାଞ୍ଜି ସଭାପତି ପ୍ରଭଜିତ୍ ସିଂହ ସାଲୁଜା, ସହ ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ସଭାପତି ନିଖିଲ ଅଗ୍ରୱାଲ, ସମ୍ପାଦକ ନବନିତ୍ ଅଗ୍ରୱାଲ, ଜାଗୃତି ମହିଳା ଶାଖା ସଭାପତି ଚଞ୍ଚଳ ବଂଶଲ୍, ସମ୍ପାଦକ ଚଞ୍ଚଳ ଅଗ୍ରୱାଲ ମଞ୍ଚରେ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ଅଙ୍କିତା ଜୈନ ଓ ମନୀଷ ଜୈନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ରଜତ ଅଗ୍ରୱାଲ ଓ ଅଙ୍କିତା ଅଗ୍ରୱାଲଙ୍କ ନେତୃତ୍ୱରେ ଏମ୍‌ଏମ୍‌ଆଇ ନାରାୟଣ ହସ୍ପିଟାଲର ରାୟପୁରର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରାଜେଶ ସିଂହା, ଡାକ୍ତର ବରୁଣ ଶର୍ମା, ଡାକ୍ତର ୱେରେନିକା ଆଇରିନ୍ ୟୁଏଲ, ଡାକ୍ତର ପ୍ରଶାନ୍ତ ମଡ଼ରିଆ, ଡାକ୍ତର ଅଦିତି ଶର୍ମା, ଡାକ୍ତର କମଲେଶ ସୋନି ଶିବିରରେ ଆଖପାଖ ଅଂଚଳର ୩୧୫ ଲୋକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ । ଏଭଳି ଆୟୋଜନ ପାଇଁ ବିଧାୟକ ଆୟୋଜକ କମିଟି ଏବଂ ଡାକ୍ତରଙ୍କ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ଏହି ଶିବିର ନିରନ୍ତର କରାଯିବ ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ଆଶିଷ ଖଇତାନ କହିଛନ୍ତି । ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ କ୍ଷେତ୍ରରେ ସେବା କାର୍ଯ୍ୟ କରିଥିବା ଲୋକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଶିବିରକୁ ସଫଳ କରିବା ପାଇଁ ମାରୱାଡି ଯୁବାମଞ୍ଚ ବିକାଶ ଶାଖା ଓ ମହିଳା ଜାଗୃତି ଶାଖାର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.