csstore

ବଲାଙ୍ଗିର ଠାରେ ଅତିରିକ୍ତ ରେଲୱେ ଡିଭିଜିନାଲ ମ୍ୟାନେଜର କାର୍ଯ୍ୟାଳୟ ଦାବିକୁ ସମର୍ଥନ ଦେଲେ ସାଂସଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘ ବୈଠକର ନିଷ୍ପତ୍ତି ଅନୁସାରେ ରେଳମନ୍ତ୍ରୀଙ୍କୁ ବଲାଙ୍ଗିର ଠାରେ ଇଷ୍ଟକୋଷ୍ଟ ରେଲୱେର ଏକ ଅତିରିକ୍ତ ଡିଭିଜିନାଲ ରେଲୱେ ମ୍ୟାନେଜର କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି କରାଯାଇ ଚିଠି କରାଯାଇଥିଲା । ତାହାର ଗୋଟିଏ କପି ସ୍ଥାନୀୟ ସାଂସଦମାନଙ୍କ ଇ-ମେଲକୁ ମଧ୍ୟ ଦିଆଯାଇଥିଲା । ତାର ପ୍ରତିଉତ୍ତରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଗାମୀ ଦିନରେ ବଲାଙ୍ଗିର-ଖୋର୍ଦ୍ଧା ରେଳପଥ ଖୋଲିବାର ଥିବା, ବଲାଙ୍ଗିର ଦେଇ ଅନେକ ଗାଡି ବିଶାଖାପାଟଣା, ବନାରସ, ବଲାଙ୍ଗିର ନୂଆଁପଡାକୁ ନୂତନ ରେଳପଥ ଆଦି ଥିବାରୁ ବଲାଙ୍ଗିରରେ ଏକ ଅତିରିକ୍ତ ଡିଭିଜିନାଲ ରେଲୱେ ମ୍ୟାନେଜର କାର୍ଯ୍ୟାଳୟ ଖୋଲିବାକୁ ରେଳମନ୍ତ୍ରୀଙ୍କୁ ଚିଠି କରିଛନ୍ତି । ଏହାକୁ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ, ବରଗଡ ରେଳ ଉପଭୋକ୍ତା ସଂଘ, ସୋନପୁର ସଂଘ ତଥା ବଲାଙ୍ଗିରର ଅନେକ ସଂଘ ସ୍ୱାଗତ କରି ଆନନ୍ଦ ପ୍ରକାଶ କରିଥିବାରୁ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ରାଜ୍ୟସଭା ସାଂସଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବର୍ତ୍ତମାନ ବଲାଙ୍ଗିରରେ ଲିଫ୍ଟ କାମ କଚ୍ଛପ ଗତିରେ ଅଗ୍ରସର ହେଉଛି । ଅନେକ ଦିନର ଦାବି ବଲାଙ୍ଗିରରୁ ଭୁବନେଶ୍ୱର ଯାଇ ଫେରିଆସିଲା ପରି ଏକ ସକାଳୁଆ ଟ୍ରେନ, ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ ଏବଂ ବଲାଙ୍ଗିରରେ ପିଆଇଟି ଲାଇନ ପାଇଁ ବିଭିନ୍ନ ସମୟରେ ଦାବି କରୁଆସୁଥିଲେ ମଧ୍ୟ ରେଳବାଇ ବିଭାଗ କର୍ଣ୍ଣପାତ କରୁନଥିବାରୁ ସଂଘ ତରଫରୁ ଆଗାମୀ ଦିନରେ ଆନ୍ଦୋଳନର ସୁତ୍ରପାତ ହୋଇପାରେ ବୋଲି ପ୍ରଫେସର ମିଶ୍ର ଦର୍ଶାଇଛନ୍ତି ।

jayashree
Leave A Reply

Your email address will not be published.