ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨ ଜୁନ ୨୦୨୫ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ ହସ୍ପିଟାଲର ରକ୍ତଭଣ୍ଡାରଠାରେ ଅଗ୍ରଣୀ ସାମାଜିକ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ସଦସ୍ୟ ଅରୁଣ ପଲତାଙ୍କର ଜନ୍ମ ଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବରକୁ ଭୀମଭୋଇ ହସ୍ପିଟାଲର ଶଲ୍ୟ ବିଶେଷଜ୍ଞ ଡା. ସତ୍ୟଜିତ ଯୋଷୀ ଫିତାକାଟି ଶୁଭାରମ୍ଭ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଭୀମଭୋଇ ହସ୍ପିଟାଲର ଅସ୍ଥି ବିଶେଷଜ୍ଞ ଡା. ସବ୍ୟସାଚୀ ସ୍ୱାଇଁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବଲାଙ୍ଗିର ସହରାଞ୍ଚଳ ଡୁମାଳ ସମାଜ ସଭାପତି ସଂଜୟ ମହାକୁର ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ଡା. ସବ୍ୟସାଚୀ ସ୍ୱାଇଁଙ୍କ ସମେତ ସର୍ବମୋଟ ୪୬ ଜଣ ପୁରୁଷ ଓ ୩ ଜଣ ମହିଳା ମୋଟ ୪୯ ଜଣ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରକୁ ମାଁ ମାହେଶ୍ୱରୀ ସେନା ବଲାଙ୍ଗିର, ବୌଦ୍ଧ ଏବଂ ସୋନପୁରର ସଦସ୍ୟମାନେ ସଫଳ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.