ପରଳ ଚକ୍ଷୁ ଚିକିତ୍ସା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ୩ ନମ୍ବର ୱାର୍ଡ଼ ଦୁର୍ଗାଦେବୀ ସାହିର ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟଠାରେ ଏକ ନିଶୁକ୍ଳ ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଗଞ୍ଜାମ ଓ ସ୍ଥାନୀୟ ଗ୍ରାସୀମ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ମିଳିତ ଆନୁକୂଲ୍ୟ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ୧୧୦ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିଲା । ସେଥି ମଧ୍ୟରୁ ୪୨ ଜଣ ପରଳ ଚିହ୍ନଟ ବ୍ୟକ୍ତିମାନଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ମାଗଣା ପରଳ ଚିକିତ୍ସା ନିମନ୍ତେ ପଠା ଯାଇଥିଲା । ୨୫ ଜଣ ରୋଗୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଉକ୍ତ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାସୀମ କମ୍ପାନୀ ୟୁନିଟ ହେଡ଼ ଦିଗବିଜୟ ପାଣ୍ଡେ ଯୋଗଦେଇ ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ । ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ, ଶଙ୍କର ଚକ୍ଷୁ ଚିକିତ୍ସା ଶିବିର ଲିଗାଲ ଆଡ଼ଭାଇଜର ବି. ଶ୍ରୀନିବାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସହ ପରିଷଦର ସଦସ୍ୟମାନେ ଉପସ୍ଥିତ ରହି ଶିବିର ସୁପରିଚାଳନାରେ ସହଯୋଗ କରିଥିଲେ । କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ, ଚିଫ୍‌ ଅପଟୋମେଟ୍ରିଷ୍ଟ ଏନ. ଭାଗ୍ୟଲକ୍ଷ୍ମୀ, ସୁକେଶ ପାଣିଗ୍ରାହୀ, ପ୍ରମିତା ରାଣୀ ଗୌଡ଼, ଲକ୍ଷ୍ମୀପ୍ରିୟା ଦାଶ, ପ୍ରିୟଙ୍କା ଗୌଡ଼, ପାୟଲ ଗୌଡ଼, ଏନ. ମୁନା ପ୍ରମୁଖ ଚକ୍ଷୁ ଟେକନିସିଆନ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷଣ କରିଥିଲେ ।

Leave A Reply

Your email address will not be published.

6 + 15 =