jsm

ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

csstore
  • ଶିବିରରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ୩୮ ଜଣ ଭିନ୍ନକ୍ଷମଙ୍କୁ ଭିନ୍ନକ୍ଷମ ସହାୟକ ଉପକରଣ ପ୍ରଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ଏସ୍‌ଭି ନିରତାର ଓଲଟପୁର ଆନୁକୂଲ୍ୟରେ ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିନିକା ବ୍ଲକ ଅନ୍ତର୍ଗତ ଚୟନ ହୋଇଥିବା ବିଭିନ୍ନ ୩୮ ଜଣ ଭିନ୍ନକ୍ଷମମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସିଡିଓ ତଥା ଇଓ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ସୋନପୁର ଉପଜିଲ୍ଲାପାଳ ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ବିଡ଼ିଓ ବିନିକା ବ୍ୟାସଦେବ ବେହେରା ପ୍ରମୁଖ ଯୋଗଦାନ କରି ଭିନ୍ନକ୍ଷମ ସହାୟକ ଉପକରଣ ବଣ୍ଟନ କରିଥିଲେ । ଏହି ଶିବିରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ରାଏ ତଥା ଅନ୍ୟାନ୍ୟ ବ୍ଲକସ୍ତରୀୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.