pakka

ବିବାହ ଉତ୍ସବରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

kalikesh

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସୀମା ଗ୍ରାମ ପଞ୍ଚାୟତର ମାଲିପାଲି ଗ୍ରାମରେ ନରୋତ୍ତମ ଭୋଇ ଓ ତୃପ୍ତୀମୟୀ ଭୋଇଙ୍କ ବିବାହ ଉତ୍ସବ ଅବସରରେ ନିଷ୍ଠା ପରିବାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଜ ବିବାହ ଉତ୍ସବରେ ରକ୍ତଦାନ ଶିବିର କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଉଭୟ ନବ ଦମ୍ପତ୍ତି । ଉଭୟେ ମିଶି ରକ୍ତଦାନ ଶିବିରର ଫିତା କାଟି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ନିଷ୍ଠା ପରିବାର ଟିମ୍, ମାଲିପାଲିର ସମସ୍ତ ସଦସ୍ୟ ତଥା ନିଷ୍ଠା ପରିବାରର ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ନିଷ୍ଠା ପରିବାର ତରଫରୁ ମାଲିପାଲି ଗ୍ରାମବାସୀ ସମସ୍ତ ରକ୍ତଦାତା, ଶୁଭେଚ୍ଛୁ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଓ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

pp
Leave A Reply

Your email address will not be published.

2 × 5 =