pakka

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଜରପଡ଼ା ଥାନା ଅଧୀନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ତୁବେ ପଞ୍ଚାୟତର ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ତୁବେ ପଞ୍ଚାୟତ ଅଧୀନ କୁଲେଇ ଗ୍ରାମର ସୁନୀଲ ସାହୁ, ସିପୁ ପ୍ରଧାନ ଓ ମାନସ ବେହେରା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସୁନୀଲ, ସିପୁ ଏବଂ ମାନସ କୌଣସି କାମରେ ଏକ ପଲ୍‌ସର୍‌ ବାଇକ୍‌ରେ ଅନୁଗୋଳରୁ ସମ୍ବଲପୁର ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡ଼ା ଆଡ଼କୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ସାନ୍ତରାପୁର ଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍‌ରେ ଥିବା ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହିତ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବୀରେ ରାଜପଥ ଅବରୋଧ କରିଥିଲେ । ଖବର ପାଇ ଜରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରି ଲୋକଙ୍କୁ ବୁଝାଶୁଝା କରିଥିଲା ।

Leave A Reply

Your email address will not be published.

two × five =