pakka

ଜାତୀୟ ପୁଷ୍ପ ଉଦ୍ଭିଦ ରୋପଣ ଦିବସ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ପୁଷ୍ପ ଉଦ୍ଭିଦ ରୋପଣ ଦିବସ ପ୍ରତିବର୍ଷ ୧୨ ମାର୍ଚ୍ଚରେ ପାଳନ କରାଯାଏ । ପୃଥିବୀରେ ଫୁଲ ଅପେକ୍ଷା ଅଧିକ ସୁନ୍ଦର ବା ଆକର୍ଷଣୀୟ ଆଉ କ’ଣ ହୋଇପାରେ । ଦୁନିଆରେ ଚାରି ଲକ୍ଷରୁ ଅଧିକ ପ୍ରଜାତିର ଫୁଲ ଗଛ ରହିଥିବା କୁହାଯାଏ । ପ୍ରକୃତି, ସଂସ୍କୃତି, ପୂଜା, ଉତ୍ସବ, ଯେଉଁ ଶୁଭ କାର୍ଯ୍ୟରେ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଫୁଲର ଅବଦାନ ଅନବଦ୍ୟ ଅଟେ । ଦୁଃଖ, ପ୍ରେମ, କୃତଜ୍ଞତା, ପ୍ରଶଂସା, ଉତ୍ସବ ଏପରି ପ୍ରତ୍ୟେକ କ୍ଷେତ୍ରରେ ଭାବର ଆଦାନ ପ୍ରଦାନ ପାଇଁ ଫୁଲ ହିଁ ଏକ ଦିବ୍ୟ ମାଧ୍ୟମ ହୋଇଥାଏ । ଆସନ୍ତୁ ପରସ୍ପର ମଧ୍ୟରେ ପ୍ରେମ ବାଣ୍ଟିବା ଏବଂ ଏହି ଜାତୀୟ ପୁଷ୍ପ ଉଦ୍ଭିଦ ଦିବସରେ ପ୍ରେମର ପ୍ରତୀକ ଫୁଲ ଗଛଟିଏ ଲଗାଇବା ବୋଲି ପ୍ରକୃତି ପ୍ରେମୀ ଶ୍ରୀମତୀ ଗୀତାରାଣୀ ରଣଜିତ ଆହ୍ଵାନ ଦେଇଛନ୍ତି ।

Leave A Reply

Your email address will not be published.

three × two =