ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା : ବସନ୍ତପୁର ଦଳ ଚାମ୍ପିୟାନ, ପୁରୀ ରନର୍ସ ଅପ୍

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ସେବାୟତ ସଂଘ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷମାନଙ୍କ ଭଳି ଏହି ପାରମ୍ପରିକ ପ୍ରତିଯୋଗିତାରେ ପୁରୀ ଏବଂ ଆଖପାଖ ଜିଲ୍ଲାର ୩୨ଟି ଦଳ ଭାଗ ନେଇ ଶନିବାର ଓ ରବିବାର ଦୁଇ ଦିନ ଧରି ଖେଳରେ ମଜି ରହିଥିବା ଦେଖାଯାଇଥିଲା । ପର୍ଯ୍ୟାୟ କ୍ରମେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ପୁରୀର କୁମର ବାରିକ ଓ ବାବୁଲି ପ୍ରଧାନ ରନର୍ସ ଅପ୍ ହୋଇଥିବା ବେଳେ ବସନ୍ତପୁର ଦଳର ଶ୍ୟାମ ଗଜେନ୍ଦ୍ର ଓ ଗୋବର୍ଦ୍ଧନ ବେହେରା ଚାମ୍ପିୟାନ ହୋଇଥିଲେ । ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ । ସଂଘର ସଂଯୋଜକ ଦେବାଶିଷ ପତ୍ରୀ, ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ର, ବିଶ୍ୱନାଥ ମହାପାତ୍ର, ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ନିଖିଳ ଉତ୍କଳ ପଶାଖେଳ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଯେନା ମ୍ୟାଚ ପରିଚାଳନା କରିଥିଲେ । ଏହି ପାରମ୍ପରିକ ଖେଳ କମି ଯାଉଥିବାରୁ ଆଗ୍ରହୀ ଦର୍ଶକମାନେ ଖେଳ ଦେଖିବାକୁ ସମବେତ ହୋଇଥିଲେ ।

Leave A Reply

Your email address will not be published.

four × three =