ଘର ହିଁ ବିଦ୍ୟାଳୟର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ନିମନ୍ତେ ଇଚ୍ଛୁକ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମୀର ମେହେର ସରକାରୀ ଆୟୁର୍ବେଦ ଡାକ୍ତର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରି ଶିଶୁମାନଙ୍କର ରୋଗ ଓ ଏହାର ନିରାକରଣ ବିଷୟରେ ବିଷଦ୍ ଭାବରେ ଆଲୋକପାତ କରିଥିଲେ । ସହପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶରତ ମେହେର ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ପୁଷ୍ଟିକର ଖାଦ୍ୟ ଉପରେ ଏକ ପ୍ରାୟଗିକ କାଲାଂଶ ଯାମିନୀ ଓ ନୀତୁ ଗୁରୁମାଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଶିଶୁ ବାଟିକା ପ୍ରମୁଖ ସୁଜାତା ଗୁରୁମା ସୁଷମ ଖାଦ୍ୟ ବିଷୟରେ ଆଲୋଚନା କରିଥିଲେ । ଆହାର ଉପରେ ଏକ ପ୍ରଦର୍ଶନୀ ଲଗାଯାଇଥିଲା ଏଥିରେ ୫୦ ପ୍ରକାର ଘର ତିଆରି ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା । ଶେଷରେ ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଦିବା ପର୍ଯ୍ୟାୟ ପ୍ରମୁଖା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୬୦ ଜଣ ପିତା ମାତାମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

12 + 18 =