pakka

ସଂଯୋଗ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମାଗଣା ଚିକିତ୍ସା ଶିବିର

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଂଯୋଗ ସ୍ୱେଚ୍ଛାସେବୀ ସଂଗଠନ ଚାକୁଣ୍ଡାପଲୀ ଓ ଇକୋସ୍ ଚକ୍ଷୁ ଚିକିତ୍ସାଳୟ ବ୍ରହ୍ମପୁରର ମିଳିତ ଅନୁକୂଲ୍ୟରେ ସୋମବାର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆଗଝୋଳ ଠାରେ ସକାଳ ୯.୦୦ ଘଣ୍ଟା ଠାରୁ ଦିବା ୧.୦୦ ପର୍ଯ୍ୟନ୍ତ ଏକ ଦିନିକିଆ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୬୦ ଜଣ ଚକ୍ଷୁ ରୋଗୀଙ୍କ ପରୀକ୍ଷା କରାଯାଇଥିଲା ଏବଂ ସେଥିମଧ୍ୟରୁ ୨୦ ଜଣ ଚକ୍ଷୁ ରୋଗୀ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଇକୋସ୍‌ ହସ୍ପିଟାଲର ଗାଡ଼ିରେ ବ୍ରହ୍ମପୁରକୁ ଯାତ୍ରା କରିଥିଲେ । ଉକ୍ତ ଶିବିରକୁ ସଂଯୋଗ ଅନୁଷ୍ଠାନର ସମ୍ପାଦକ ସତ୍ୟନାରାୟଣ ନାୟକ, କର୍ମକର୍ତ୍ତା ଅରକ୍ଷୀତ ଗୌଡ଼, ସିମଞ୍ଚଳ ପ୍ରଧାନ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର କର୍ମକର୍ତ୍ତା ଭଗବାନ ବିଶ୍ଵାଳ, ଲଡୁକିଶୋର ପ୍ରଧାନ, ହରିକୃଷ୍ଣ ସାହୁ ସହଯୋଗ କରି ଉକ୍ତ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jay balangir
Leave A Reply

Your email address will not be published.

17 + eight =