pakka

ପ୍ରଭୁ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

bbehera

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନିକିଆ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମରେ ପ୍ରଭୁ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହ ପୂର୍ଣ୍ଣାହୁତି ଦେଇଥିଲେ । ଉକ୍ତ ଗ୍ରାମର ମା’ ମଙ୍ଗଳାଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ତାଳଚେରବାସୀଙ୍କୁ ଶାନ୍ତି ସୁଖରେ ରଖିବା ସହ ଜଗତର କଲ୍ୟାଣ ପାଇଁ କେନ୍ଦ୍ରମନ୍ତ୍ରୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବ୍ରହ୍ମଲିନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସ୍ଥାନକୁ ବୁଲି ଦେଖିଥିଲେ । ଗ୍ରାମବାସୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ କଥାବାର୍ତ୍ତା ହୋଇଥିଲେ । ଗୁରୁବାର ମଧ୍ୟ ରାତ୍ରୀରେ ତାଳଚେର ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ପହଂଚିବା ପରେ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଶୁକ୍ରବାର ସକାଳେ କେନ୍ଦ୍ରମନ୍ତ୍ରୀ ଦିନଦୟାଲନଗର ସ୍ଥିତ ବାସ ଭବନରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ସାକ୍ଷାତ ଆଲୋଚନା କରିଥିଲେ । ଗୁରୁଜାଙ୍ଗ ଯିବା ରାସ୍ତାରେ ବ୍ରଜନାଥପୁର ପଂଚାୟତ ତରଫରୁ ଗୋଡ଼ିବନ୍ଧ ଛକ ଠାରେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଳଚେରର ବିଭିନ୍ନ ସ୍ଥାନରେ ଶତାଧିକ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.

three × two =