jayashree

ବଙ୍ଗୋମୁଣ୍ଡାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

  • “ଏହି ପର୍ବ ଆମ କୃଷିପ୍ରଧାନ ସମାଜର ଭାତୃତ୍ୱ ଓ ଏକତାର ସୂତ୍ରକୁ ଅତୁଟ ଭାବେ ବାନ୍ଧି ରଖିଛି”

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଶ୍ରୀ ସିଦ୍ଧି ବିନାୟକ ଗଣେଶ ପୂଜା କମିଟି ପକ୍ଷରୁ ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶ ଭଗବାନଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜକ କମିଟିର ସଭାପତି ଚିଣ୍ଟୁ ପଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଚଉଷଠି ଯୋଗିନୀ ସାହିତ୍ୟ କଲାଡ଼ଃ ନାରାୟଣ ମିଶ୍ର, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା, କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ସଂଯୋଜକ ଯୌବନ ବାଗ, ବିଶିଷ୍ଟ ବ୍ୟବସାୟୀ ବିଦ୍ୟା ଜୈନ, କଣ୍ଟାବାଞ୍ଜି ରାମ ସେନା ସଭାପତି ପପୁ ଜୁଏଡ଼, ବଙ୍ଗୋମୁଣ୍ଡା ବିଜେପି ମଣ୍ଡଳ ସଭାପତି ପବିତ୍ର ପୋଡ଼, ଯୁବନେତା ସଞ୍ଜୟ ବେହେରା, ବିଜେପି ଯୁବମୋର୍ଚ୍ଚା ସଭାପତି ସୁଧାଂଶୁ ଶେଖର ବଚ୍ଛା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବର ପର୍ବ ନୁହେଁ, ଏହା ମାଟି, କୃଷି, ସଂସ୍କୃତି ଓ ନୈତିକ ସମ୍ବନ୍ଧର ଗୋଟିଏ ପବିତ୍ର ଉତ୍ସବ । ଏହି ପର୍ବ ଆମ କୃଷିପ୍ରଧାନ ସମାଜର ଭାତୃତ୍ୱ ଓ ଏକତାର ସୂତ୍ରକୁ ଅତୁଟ ଭାବେ ବାନ୍ଧି ରଖିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଖଡିଆଳର ସମାଜସେବୀ ସତ୍ୟମ୍‌ ସିଙ୍ଘଲ, କଣ୍ଟାବାଞ୍ଜି ଅର୍ଗସ ନ୍ୟୁଜର ପ୍ରତିନିଧି ତଥା ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ନୂଆପଡା ତାରିଣୀ ମନ୍ଦିର ପୂଜକ ବାସୁଦେବ ଚରଣ ଦାସ, ପୂଜକ ବର୍ଦ୍ଧମାନ ପାଣିଗ୍ରାହୀ, କଣ୍ଟାବାଞ୍ଜି ବଜରଙ୍ଗ ଦଳର ରାକେଶ ବେହେରା, ରକ୍ତଦାତା ତଥା କଣ୍ଟାବାଞ୍ଜି ରାମ ସେନା ସଭାପତି ପପୁ ଜୁଏଡ଼, ସମାଜସେବୀ ଲାଲଚନ ପୁଟେଲ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ହୁଲେଶ୍ୱର ସଂଯୋଜନା କରିଥିଲେ । ମା’ ଅନ୍ଧାରୀ ମେଲୋଡି ଗୃପ ଉମା -୨ ଝାରସୁଗୁଡାର ସିଙ୍ଗର ସୁଶାନ୍ତ ଗଡ଼ତିଆଙ୍କ ଗୀତରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜକ କମିଟିର ସତ୍ୟବାନ ମନହୀରା, ବୁଲୁ ନାଗ, ଚିନୁ ବିଶ୍ୱାଳ, ବାଦଲ ପୁଟେଲ, ରଞ୍ଜନ ପୁଟେଲ, ବବଲୁ ପୁଟେଲ, ଟିକୁ ସୁନା, ବିକ୍ରମ ଯୁଗନିଆ, କୁନାଲ ଭାଟି, ମଣ୍ଟୁ ଟାହାଣୀ, ଦେବା ମାଝୀ, ଗୋବିନ୍ଦ ବେହେରା, ଅଭିଷେକ ହଂସ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.