ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଶିବ ପରାୟଣ ତୃତୀୟ ଦିବସ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ ଅଧିନସ୍ଥ କୁତୁର୍ଲା ଗ୍ରାମରେ ବହୁ ପ୍ରାଚୀନ ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଶିବପରାୟଣ ଆଜି ତୃତୀୟ ଦିବସ । ଶିବ ପୁରାଣ ଅନୁସାରେ ଶିବ ପାର୍ବତୀ ବିବାହ ଅନୁଷ୍ଠିତ ହୋଇଥିଲା । ଶିବ ପରାୟଣ ଯଜ୍ଞର ଯଜ୍ଞ କର୍ତ୍ତା ନିରଞ୍ଜନ ବିଶି ଧର୍ମ ପତ୍ନୀ ନୀଳାଞ୍ଚି ବିଶିଙ୍କ ସହିତ ଶତାଧିକ ସାଧୁ ସନ୍ଥ, ଭକ୍ତ ଶିବଙ୍କ ଫୋଟୋ ଚିତ୍ର ଧରି ବିଶାଳ ବରାତରେ ଗାଁ ପରିକ୍ରମା କରି ମା ପାର୍ବତୀଙ୍କ ପ୍ରତୀକ କନ୍ୟା ପିତା ମଙ୍ଗୁଲୁ ଭୋଇ ଘରକୁ ଯାଇ ବିବାହ ଉତ୍ସବ ପାଳନ କରିଥିଲେ । ପଣ୍ଡିତ ସନାତନ ପଣ୍ଡା ଶିବ ପରାୟଣ ପଠନ କରୁଥିବା ବେଳେ ପଣ୍ଡିତ ସମୀର ଶତପଥୀ, ଟଙ୍କଧର ଦାସ, ବାଳକୃଷ୍ଣ ଶତପଥୀ, ହୋମ ଯଜ୍ଞ ପୂଜା ପାଠ କରୁଛନ୍ତି । ଆସନ୍ତାକାଲି ଠାରୁ ନାମ ଯଜ୍ଞ, ଯଜ୍ଞ କର୍ମ, ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ପ୍ରବେଶ ଶୁଭ ଉତ୍ସବ ଅନୁଷ୍ଠିତ ହେବ । ମହୋତ୍ସବ ପରିଚାଳନା କମିଟିରେ ପରମାନନ୍ଦ ସାହୁ ସଭାପତି, ରମେଶ ସାହୁ ସମ୍ପାଦକ, ଦୁର୍ଲଭ ଭୋଇ, ଜୟଦେବ ବରିହା, ମହାଦେବ ପର୍ଡିଆ, ରୋହିତ ସାହୁ, ସଦାନନ୍ଦ ବାରିକ, ଯାଗେଶ୍ୱର ପଶାୟତ, କୈଳାଶ ସେଠ, ବାସୁଦେବ ଭୋଇ ପ୍ରମୁଖ ସହଯୋଗ କରୁଥିବା ବେଳେ ଗୋକୁଳ ପର୍ଡିଆ ମନ୍ଦିର ପ୍ରତିଷ୍ଠା ଯଜ୍ଞ କର୍ତ୍ତା ଏବଂ ନାମ ଯଜ୍ଞର କର୍ତ୍ତା ଭାବରେ ଜଗଦିଶ ପରଡିଆ, ମନ୍ଦିର ପୂଜକ ମହାଦେବ ବରିହା ନିୟୋଜିତ ହୋଇଛନ୍ତି । ୯ ଦିନ ବ୍ୟାପି ହେଉଥିବା ଏହି ପରମ ପବିତ୍ର ଯଜ୍ଞ ମହୋତ୍ସବରେ ହଜାର ହଜାର ଦର୍ଶକ ଭକ୍ତ ସାଧୁ ସନ୍ଥ ଯୋଗ ଦେଉଛନ୍ତି ।

Leave A Reply

Your email address will not be published.

seventeen − thirteen =

error: Content is protected !!