jsm

ସଇଁତଲା ୩୨ ନଂ. ଜୋନରେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଭୋଇ ୧୨୦୮ ଖଣ୍ଡ ଭୋଟରେ ବିଜୟୀ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ନବ ନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ୩୨ ନମ୍ବର ଜୋନର କଂଗ୍ରେସର ପ୍ରାର୍ଥୀ ପ୍ରମୋଦ ଭୋଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ପାଣ୍ଡବ ସାହୁଙ୍କୁ ୧୨୦୮ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ଘୋଷିତ ହୋଇଛନ୍ତି । ୩୨ ନମ୍ବର ଜୋନର ଡେଙ୍ଗ, ଆମ୍ବପାଲି, କନ୍ଧକେଲଗାଁ, କେରମେଲି, ତାଲବାହାଲ, କୁମ୍ଭାରୀ, ବିବିନା, ସଇଁତଲା ଓ ବୁଢାବାହାଲ ପଂଚାୟତକୁ ନେଇ ଗଠିତ । ଆଜି ସଇଁତଲା କଲେଜ ପରିସରରେ ସଇଁତଲା ବିଡିଓ ତଥା ନିର୍ବାଚନ ଅଧିକାରୀ ଚନ୍ଦ୍ରମଣି ନାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ବ୍ୟାପକ ପୋଲିସ ମୁତୟନ ଓ କଡ଼ାକଡି ବ୍ୟବସ୍ଥାରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ତେବେ ସମସ୍ତ ନବ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟମାନଙ୍କ ବିଜୟକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ସଇଁତଲା ବ୍ଲକ ଅଧକ୍ଷା ମୋନିକା ସିଂ ଭୋଇ, ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ନବ ନିର୍ବାଚିତ ସମିତି ସଭ୍ୟ ସିମ୍ରନ ସିଂ ଭୋଇ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ବ୍ଲକବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.