pakka

ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିୟନର ପ୍ରତିଷ୍ଠା ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ପକ୍ଷରୁ ଗତକାଲି ସଂନ୍ଧ୍ୟା ସମୟରେ ନିଜ ପ୍ରତିଷ୍ଠା ଦିବସ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବଳାଙ୍ଗିର ପୋଲିସ ଅଧିକ୍ଷକ ନିତିନ କୁଶଲକର, ବନ ଅଧିକାରୀ ନିତିଶ କୁମାର ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ୟ୍ୟକ୍ରମରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ କମାଣ୍ଡେଣ୍ଟ ପବନ କୁମାର ତିବାରୀ ମୁଖ୍ୟ ଅତିଥିଙ୍କୁ ସ୍ମାରକୀ ପ୍ରଦାନ କରିବା ସହ ସାଧାରଣ ଜନତା ଓ ରାଜ୍ୟ ଅଧିକାରୀମାନଙ୍କୁ ସିଆର୍‌ପିଏଫ୍‌ର ଭୂମିକା, କାର୍ଯ୍ୟ ଏବଂ ସମନ୍ୱୟ ବିଷୟରେ ଏକ ଆକର୍ଷଣୀଣ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ସିଆର୍‌ପିଏଫ୍‌ ସେକେଣ୍ଡ ଇନ୍‌ କମାଣ୍ଡ ପୀତବାସ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

four × 3 =