oom

‘ରଙ୍ଗବତୀ ରଙ୍ଗେଇ ଦେଲା’ର ଶୁଭମୁକ୍ତି ଉତ୍ସବ

jsmm

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବିବେକାନନ୍ଦ ନାଟ୍ୟ ସଂସଦ କୃତ ପ୍ରଥମ କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ରଙ୍ଗବତୀ ରଙ୍ଗେଇ ଦେଲା’ର ଶୁଭମୁକ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ସରକାରଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ରକୁ ଶୁଭମୁକ୍ତି କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗ ଦେଇଥିବା ବେଳେ ସ‌ମ୍ମାନିତ ଅତିଥି ଭାବେ ସଇଁନ୍ତଲା ସରପଞ୍ଚ ଭୀମସେନ ସ୍ଵାଇଁ, ଆଇନଜୀବୀ ସୁବୋଧ ମିଶ୍ର, ନାରାୟଣ ଜାଲ, ସଙ୍ଗୀତ ନିର୍ଦ୍ଦେଶକ ଓ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଗୀତିକାର ପଙ୍କଜ ଜାଲ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିମନ୍ୟୁ ରଣା, ପ୍ରମୋଦ କୁମାର ବୈଠାରୁ ମଞ୍ଚାସୀନ ଥିବାବେଳେ କିପରି ଉକ୍ତ କ୍ଷୁଦ୍ର ଚଳଚ୍ଚିତ୍ର ବହୁ ଲୋକପ୍ରିୟ ହେବା ସହ ଅଞ୍ଚଳରେ ଏକ ପରିଚୟ ସୃଷ୍ଟି କରିପାରିବ, ତାହା ମା’ ଚଣ୍ଡୀଙ୍କ ଠାରେ କାମନା କରିଥିଲେ ।

ସୂଚନା ଏହି କି ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅଞ୍ଚଳର ଛୋଟ ଛୋଟ କଳାକାରମାନଙ୍କୁ ନେଇ ଉକ୍ତ ଚଳଚ୍ଚିତ୍ର ଅନୁଷ୍ଠିତ ହୋଇଛି । ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଭିମନ୍ୟୁ ରଣାଙ୍କ ନିର୍ଦ୍ଦେଶନାରେ ବହୁ ଶୀଘ୍ର ଏବଂ ଖବ୍ ସୁନ୍ଦର ଭାବେ ଉକ୍ତ ଚଳଚ୍ଚିତ୍ର ଆରମ୍ଭ କରିଥିଲେ । ଶ୍ରୀ ରଜତ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏବଂ ସମସ୍ତ କଳାକାରମାନଙ୍କୁ ନେଇ ଚଳଚ୍ଚିତ୍ରର ସୁଟିଙ୍ଗ ଆରମ୍ଭ କରିଥିଲେ । ଉକ୍ତ ଶୁଭମୁକ୍ତି ଉତ୍ସବରେ ସମସ୍ତ କଳାକାରମାନଙ୍କୁ ମୁଖ୍ୟ ଅତିଥି ଅଭିନନ୍ଦନ ଜଣାଇବା ସହ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.