ଖପ୍ରାଖୋଲରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ତାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ଯୋଜନା ବାବଦରେ ପଦଯାତ୍ରା ଆରମ୍ଭ ହୋଇଛି । ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିବାବେଳେ ଉକ୍ତ ସଭାରେ ଅତିଥିଭାବେ ବିଧାୟକ ପ୍ରତିନିଧି ପଦ୍ମନ ସିଂହ ବରିହା, ସିଡିପିଓ ସୁଜାତା ଦୋରା, ବିପିଏମ୍‌ ମନୋଜ କେରକେଟା ଉପସ୍ଥିତ ଥିଲେ । ସୁଭଦ୍ରା ଯୋଜନା ବାବଦରେ ସାଚତନତା ସୃଷ୍ଟି ପାଇଁ ଆଜିଠାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ସୁଭଦ୍ରା ସ୍ଵାଗତ ସପ୍ତାହ ଅନୁଷ୍ଠିତ ହେବ । ପ୍ରତି ଅଞ୍ଚଳରେ ସଫଳ ମହିଳାଙ୍କୁ ସୁଭଦ୍ରା ଅପାର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ମୋ ସୁଭଦ୍ରା ଷ୍ଟୋରୀ ଭାବରେ ପ୍ରତିଷ୍ଠିତ କରାଯିବ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଏସ୍‌ଏଜି ସଦସ୍ୟା, ଏମ୍‌ବିକେ ମହିଳା ମାନେ ସାମିଲ ହୋଇଥିଲେ । ଏହି ସଭାକୁ ସମାଜ କର୍ମୀ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବିପିଏମ୍‌ ମନୋଜ କେରକେଟା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.