pakka

ବିନାୟକ ରାଓ କାନିଟକରଙ୍କୁ ଶ୍ରଦ୍ଧାଞ୍ଜଳି

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଭାରତୀୟ ଶିକ୍ଷଣମଣ୍ଡଳର ପୂର୍ବତନ ସଂଗଠନ ମନ୍ତ୍ରୀ ବିନାୟକ ରାଓ କାନିଟକରଙ୍କ ତିରୋଧାନରେ ଭାରତୀୟ ଶିକ୍ଷଣମଣ୍ଡଳ ବଲାଙ୍ଗିର ଶାଖା ଦ୍ୱାରା ଆଭାସୀ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ସଭାପତି ତରୁଣ କାନ୍ତ ମିଶ୍ରଙ୍କ ସଭାପତିତ୍ବରେ ନିରବ ପ୍ରାର୍ଥନା ପରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ବିନାୟକ ରାଓ କାନିଟକର ୫.୯.୧୯୩୯ ରେ ଜନ୍ମଗ୍ରହଣ କରିଥିବା ବେଳେ ୧୮.୭.୨୦୨୨ରେ ତାଙ୍କତିରୋଧାନ ହୋଇଥିଲା । ୧୯୬୩ ରୁ ପ୍ରଚାରକ ଭାବରେ କାର୍ୟ୍ୟ ଆରମ୍ଭ କରି ୨୦୦୩ରୁ ୨୦୦୭ ଯାଏ ଶିକ୍ଷଣ ମଣ୍ଡଳର ସହସଂଗଠନ ମନ୍ତ୍ରୀ ଓ ୨୦୦୭ରୁ ୨୦୧୬ ପର୍ୟ୍ୟନ୍ତ ସଂଗଠନ ମନ୍ତ୍ରୀ ଦାୟିତ୍ବ ସୂଚାରୁ ରୂପେ ତୁଲାଇ ସଂଗଠନକୁ ସଶକ୍ତ କରିଥିଲେ । ଧର୍ମବ୍ରତ ରଥ, ବାଞ୍ଛାନିଧି ପଣ୍ଡା, ଡକ୍ଟର ଉମେଶ ସିଂ, ସଞ୍ଜୁକ୍ତା ପରିଚ୍ଛା, ବିରଞ୍ଚି ନାରାୟଣ ଦାଶ, ସତ୍ୟ ନାରାୟଣ ପଧାନ, ସୁଶିଳ କୁମାର, ସୁରୁଚି ମିଶ୍ର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

20 + 18 =

error: Content is protected !!