pakka

ଅଧ୍ୟାପକଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପ୍ରଦାନ

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ତରଫରୁ ସର୍ବୋଚ୍ଚ ମେରିଟ୍‌ ଆୱାର୍ଡ଼ ପୁରସ୍କାର ପ୍ରଦାନ କରାଯାଇଛି । କରୋନା ପାଇଁ ଦିଲ୍ଲୀରେ କାର୍ଯ୍ୟକ୍ରମ ବାତିଲ୍‌ ହେବାରୁ ଭାରତର ରାଷ୍ଟ୍ରପତିଙ୍କ ତରଫରୁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶଜୀ ଲାଲ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ଭାରତର ୬ ଜଣଙ୍କ ମଧ୍ୟରୁ ସେ ମନୋନୀତ ହୋଇ ଏହି ସମ୍ମାନ ପାଇଛନ୍ତି । ସେ କରୋନା ସମୟରେ ନିଜ ଗାଡିରେ କରୋନା ରଥ ବାହାର କରି ବହୁ ଲୋକଙ୍କର ଜୀବନ ରକ୍ଷା କରିଥିଲେ । ସେ ମଧ୍ୟ ନିଜେ ୧୦୦ରୁ ଅଧିକ ରକ୍ତଦାନ କରି ଅନେକଙ୍କର ଜୀବନ ବଂଚାଇଛନ୍ତି । ରେଡକ୍ରସର ଆଜୀବନ ସଦସ୍ୟ ଭାବରେ ଏହି ଜାତୀୟ ସ୍ତରର ପୁରସ୍କାର ପାଇଥିବାରୁ ଜିଲ୍ଲା ଏବଂ ରାଜ୍ୟର ସ୍ୱେଚ୍ଛାସେବୀ ମହଲରେ ଆନନ୍ଦ ଖେଳି ଯାଇଛି । ସେଥିପାଇଁ ରାଜ୍ୟ ରେଡକ୍ରସର ସଚିବ ସିଟିଏମ୍ ସୁଗୁଣା, ବୌଦ୍ଧ ଜିଲ୍ଲାପାଳ, ଉପଜିଲ୍ଲାପାଳ ଇତ୍ୟାଦି ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

eighteen − two =

error: Content is protected !!