pakka

ବିଶିଷ୍ଟ ନାଟ୍ୟଗୁରୁ କାର୍ତ୍ତିକ ପୁରୋହିତଙ୍କ ପରଲୋକ

bbehera

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ଅଧିନସ୍ଥ ବଘଲା ଗ୍ରାମର ବିଶିଷ୍ଟ ରାମଲୀଳା ନାଟ୍ୟଗୁରୁ ତଥା କଳାକାର କାର୍ତ୍ତିକ ପୁରୋହିତଙ୍କର(୯୦) ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୂଚନା ଥାଉକି ସେ ବଘଲା ରାମଲୀଳା ନାଟକରେ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବଶିଷ୍ଟ ଭୂମିକାରେ ନିଜର କଳା ପ୍ରଦର୍ଶନ କରିଥିଲେ । ଗତ କିଛି ଦିନ ଆଗରୁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲ ଆଇସିୟୁରେ ଚାରିଦିନ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ତାଙ୍କର ପରଲୋକ ଖବର ପାଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

jay balangir
Leave A Reply

Your email address will not be published.

eleven − 10 =