ଯକ୍ଷ୍ମା ରୋଗର ନିରାକରଣ ଓ ସଚେତନତା ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ନିକଟସ୍ଥ ଶାନ୍ତିନଗର ଢ଼ିମିରା ଉପରେ ଅବସ୍ଥାପିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଗତକାଲି ଯକ୍ଷ୍ମା ରୋଗର ନିରାକରଣ ଏବଂ ଯକ୍ଷ୍ମା ସଚେତନତା ଉପରେ ଏକ ସଚେତନତା ଧର୍ମୀ ଅଭିଯାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା, ସମ୍ମାନିତ ବ୍ଲକ ଯକ୍ଷ୍ମା ଅଧିକାରୀ ପ୍ରଭାତ କୁମାର ସାହୁ, ଟିବି ଚାମ୍ପିୟାନ ମୁନା ବେହେରା, ସ୍ୱେଚ୍ଛାସେବୀ ଅମ୍ଭିକା ପ୍ରସାଦ ଚୌଧୁରୀ ଓ ସମସ୍ତ ଶିକ୍ଷକ ଗଣଙ୍କ ଉପସ୍ଥିତିରେ ଯକ୍ଷ୍ମା ରୋଗର ନିରାକରଣ ଓ ସଚେତନତା ଉପରେ ବିଦ୍ୟାର୍ଥୀଙ୍କ ଆଗରେ ଆଲୋକପାତ କରାଯାଇଥିଲା । ଅତି ସୁନ୍ଦର ଭାବରେ ପିଲାମାନଙ୍କୁ ବୁଝାଇବା ସହ ଓ ବିଭିନ୍ନ ସ୍ଲୋଗାନମାନ ଦିଆଯାଇ ଛାତ୍ରମାନଙ୍କୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.

eighteen − seven =