jsm

ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ

csstore

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ସମନ୍ୱୟ ସମିତି ଦେଢେଣମାଲ ପକ୍ଷରୁ ଅଧ୍ୟକ୍ଷ ସାମନ୍ତ ମାଝୀଙ୍କ ତତ୍ୱାବଧାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଦ୍ରୌପଦୀ ମୁର୍ମୁ ଓଡିଶା ପାଇଁ ଗର୍ବ ଓ ଗୌରବ ବୋଲି ଆଦିବାସୀମାନେ ମତବ୍ୟକ୍ତ କରିଛନ୍ତି । ଓଡିଶାର ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ କରିବା ଲାଗି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଆଦିବାସୀମାନେ ଉଲ୍ଲସିତ ହୋଇ ବିଜୟ ଉତ୍ସବ ପାଳନ କରିଥିଲେ । ମା’ କନ୍ଧେନବୁଢି ଏବଂ ଆଦିମାତା, ଆଦିଶକ୍ତିଙ୍କ ନିକଟରେ ପୂଜାର୍ଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ନିରାମୟ କାମନା ପୂର୍ବକ ପାରଂପରିକ ବାଦ୍ୟ ନାଚ ଗୀତ ସହ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଥାନରେ ଆତସବାଜି ଫୁଟାଇବା ସହ ଲୋକମାନଙ୍କ ମଧ୍ୟରେ ଲଡୁ ବଣ୍ଟନ କରିଥିଲେ । ଘାସୀରାମ ପୁଟା, ଧର୍ମୁ କଅଁର, ସୁଶିଲ ଝାଙ୍କର, ବଂଶୀଧର ମାଝୀ, ରାଜେନ୍ଦ୍ର ଭୋଇ, କନିଷ୍ଠ ଭୋଇ, ଯୁଗଲାଲ ମାଝୀ, ରାଧାକାନ୍ତ ଭୋଇ, ଦସ୍ରାନ୍ତ ଭୋଇ, କାହ୍ନୁଚରଣ ଭୋଇ ପ୍ରମୁଖ କର୍ମକର୍ତ୍ତା ସମେତ ବହୁ ସଂଖ୍ୟାରେ ଆଦିବାସୀ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.