pakka

ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଲଣ୍ତାଗାଁରେ ବିଜୟ ଉତ୍ସବ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ବୌଦ୍ଧ ଜିଲ୍ଲାର ସୀମାନ୍ତ ତଥା ପଡୋସୀ ଜିଲ୍ଲା କନ୍ଧମାଳର ଲଣ୍ତାଗାଁ ପଞ୍ଚାୟତ ଉତ୍ସବ ମୁଖର ହୋଇପଡ଼ିଛି । ନିର୍ବାଚନର ଫଳାଫଳର ଅବ୍ୟବହିତ ପୂର୍ବରୁ ଏଠାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଗୁରୁବାର ସକାଳୁ ଦୌପଦୀ ମୁର୍ମୁଙ୍କ ଭୋଟ୍‌ ଗଣତି ଆରମ୍ଭ ହେବା ପରଠାରୁ ବିଭିନ୍ନ ସ୍ଥାନରେ ଉତ୍ସବ ପାଇଁ ପ୍ରସ୍ତୁତ ଚାଲିଥିଲା । କନ୍ଧମାଳ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର କୁଦେଇଙ୍କ ତତ୍ତ୍ବାବଧାନରେ ପଞ୍ଚାୟତ ସଦର ଛକଠାରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ସଭାରେ ବିଜେପି, ବିଜେଡି, କଂଗ୍ରେସ ଦଳମତ ନିର୍ବିଶେଷରେ ପଞ୍ଚାୟତବାସୀ ଯୋଗଦେଇ ବାଜା ଏବଂ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ କୌଶୋର ଅବସ୍ଥାରୁ ଆରମ୍ଭକରି ସଂଘର୍ଷମୟ ଜୀବନ ବିଷୟରେ ଉପସ୍ଥିତ ସମସ୍ତେ ଗୁଣଗାନ କରିବା ସହ ତାଙ୍କର ସୁଦୀର୍ଘ ଜୀବନ କାମନା କରିଥିଲେ । ଶେଷରେ ଛକରେ ମିଠା ବଣ୍ଟନ କରାଯାଇଥିଲା । ଏଥିରେ ଅଭି ରଣା, ପ୍ରମୋଦ କୁମାର ଦଣ୍ତିଆ, ମୋତିଲାଲ ରଣା, ଗଣେଶ ରଣା, ପରମାନନ୍ଦ ଠେଲା, ପିତାମ୍ବର ଭୋଇ ପ୍ରମୁଖ ସହଯୋଗ କରିଥିଲେ । ବୋଦ୍ଧ ଜିଲ୍ଲା ଖୁଣ୍ଟିଗୋରା ପଞ୍ଚାୟତର ଆଦିବାସୀମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

13 + 9 =

error: Content is protected !!