pakka

ଜାବର ପୂର୍ବତନ ସଭାପତି ସ୍ୱର୍ଗତ ଡମ୍ବରୁଧର ରଣାଙ୍କୁ ଜାବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଅଫ୍‌ ବରଗଡ (ଜାବ)ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଡମ୍ବରୁଧର ରଣାଙ୍କୁ ଆଜି ସ୍ଥାନୀୟ ବରଗଡ ସାମ୍ବାଦିକ ସଂଘ ଅଫିସ୍ କାର୍ଯ୍ୟାଳୟରେ ଜାବ ପକ୍ଷରୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଂଜଳି ସଭାରେ ପ୍ରଥମେ ସ୍ୱର୍ଗତ ରଣାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଦିବଂଗତ ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଉପସ୍ଥିତ ସଦସ୍ୟ ମାନେ ସ୍ୱର୍ଗତ ରଣାଙ୍କ ସଂଘ ପ୍ରତି ରହିଥିବା ଅବଦାନ, ତାଙ୍କର ମେଳାପି ବ୍ୟବହାର ତାଙ୍କୁ ଚିରଦିନ ଅମର କରି ରଖିବ ବୋଲି ଅଭିହିତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଯୁଧିଷ୍ଟିର ମହାପାତ୍ର, ରମଣୀ ରଂଜନ ବେହେରା, ବଦ୍ରି ପ୍ରସାଦ ସାହୁ, ବ୍ୟୋମକେଶ କର, ରଞ୍ଜନ ଦେବତା, ସଚ୍ଚିଦାନନ୍ଦ ପାତ୍ର ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jay balangir
Leave A Reply

Your email address will not be published.

4 × 5 =