pakka

କୋଶଲ ଗୌରବ ରାମଭକ୍ତ ଫରିକାରଙ୍କୁ ଶ୍ରଦ୍ଧାଞ୍ଜଳି

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପାଟଣାଗଡ ଆନୁକୂଲ୍ୟରେ ଏକ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ କୋଶଲ ଗୌରବ ରାମଭକ୍ତ ଫରିକାରଙ୍କ ଆବର୍ତ୍ତମାନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାର ସଭାନେତ୍ରୀ ସଞ୍ଜୁକ୍ତା ପରିଛା ସଭାପତିତ୍ୱ ଓ ସଂପାଦିକା ସୁଶ୍ରୀ ସବିତା ଭୋଇ ସଭା ପରିଚାଳନା କରିଥିଲେ । ସଭାରେ ବହୁ କୋଶଲି କବି ଲେଖକ ଯଥା ଶ୍ରୀମତୀ ସୁରୁଚି ମିଶ୍ର, ଜ୍ୟୋତି ପ୍ରକାଶ ଗଡତ୍ୟା, ନେପାଳ ଚନ୍ଦ୍ର ବାଗ, ନିରଞ୍ଜନ ଦେବ, ଭକ୍ତବନ୍ଧୁ ବିଶ୍ୱଳ, ଆଶିଷ ଚନ୍ଦନ, ଜ୍ୟୋତିରାଣୀ ମିଶ୍ର ଆଦି ସ୍ୱର୍ଗତ ଫରିକାର କିଭଳି କୋଶଲ ରାଜ୍ୟ ଗଠନ ଓ ଭାଷା ପାଇଁ ସଦାସର୍ବଦା ଲାଗିଥିଲେ, ତାହାରି ଉପରେ ଆଲୋକପାତ କରିଥିଲେ । ଯେବେ କୋଶଲ ରାଜ୍ୟ ଗଠନ ହେବ ସେତେବେଳେ ତାଙ୍କରି ନାମ କୋଶଲ ଇତିହାସରେ ରହିବ ବୋଲି ମତ ଦେଇଥିଲେ । ପରିଶେଷରେ ଟ୍ରଷ୍ଟର ସଭ୍ୟ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

five + eighteen =

error: Content is protected !!