pakka

ସତ୍ୟାଗ୍ରହ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅଗଷ୍ଟ ୯ ତାରିଖ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ସୋହେଲା ଗାନ୍ଧୀ ଛକଠାରେ ଥିବା ସତ୍ୟାଗ୍ରହ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜାତିର ପିତା ମହାତ୍ମାଗାନ୍ଧୀ ଓ ତାଙ୍କ ସହଯାତ୍ରୀଙ୍କ ପ୍ରତିମୂର୍ତ୍ତିରେ ସୋହେଲା ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଭଟଲି ବିଧାୟକ ସୁଶାନ୍ତ ସିଂ, ସୋହେଲା ଅତିରିକ୍ତ ତହସିଲଦାର ଅଂଶୁମାନ ଷଡ଼ଙ୍ଗୀ, ଡାକ୍ତର ଶିଶିର ସାହୁ, ନଥୁରାମ ଅଗ୍ରୱାଲ, ଟଙ୍କଧର ଝାଙ୍କର, ଶିକ୍ଷାବିତ ଟେକଚାନ୍ଦ ଦୁଆନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

fourteen − 11 =