ପଦ୍ମଶ୍ରୀ କୁଞ୍ଜବିହାରୀ ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆଜି ବରପାଲି ଠାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ, ବିଖ୍ୟାତ ବାନ୍ଧ ଓ ବୟନ ଶିଳ୍ପୀ ପଦ୍ମଶ୍ରୀ ଶିଳ୍ପୀଗୁରୁ କୁଞ୍ଜବିହାରୀ ମେହେରଙ୍କ ତ୍ରୟୋଦଶତମ ଶ୍ରାଦ୍ଧବାର୍ଷିକୀ, ବରପାଲି କଲଭାରତୀ ସଂଗ୍ରହାଲୟ ଠାରେ ପାଳିତ ହୋଇଯାଇଛି । ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗଦେଇ ଶିଳ୍ପୀଗୁରୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଟ୍ରଷ୍ଟର ମେନେଜିଙ୍ଗ ଟ୍ରଷ୍ଟି ଡ଼କ୍ଟର ସୁରେନ୍ଦ୍ର ମେହେରଙ୍କ ପରିଚାଳନାରେ ଅନ୍ୟ ଟ୍ରଷ୍ଟି ମହେନ୍ଦ୍ର କୁମାର ମେହେର, ନିରଞ୍ଜନ ମେହେର, ବୀରେନ୍ଦ୍ର ନାଥ ନାଗ, ହରି ଚରଣ ଖଟୁଆ, ମନବୋଧ ରଣା, ସୁଦାମ ମେହେର, ରବୀନ୍ଦ୍ର କୁମାର ସାହୁ, ଡମନ ମେହେର, ହରଧାନ ମେହେର, ଅଶୋକ ଖଟୁଆ, ନବକିଶୋର ମେହେର, ତନ୍ମୟ ମେହେର, ଅଧ୍ୟାପକ ରମାକାନ୍ତ ତ୍ରିପାଠୀ, ଡାକ୍ତର ସୁବଳ ଚନ୍ଦ୍ର ମାଝୀ, ଚୂଡ଼ାମଣି ମେହେର ଓ ବରପାଲିର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.