pakka

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଅହେତୁକ ବିଭ୍ରାଟ ନେଇ ଛାତ୍ର ଅଶାନ୍ତି : ଅଶୁ ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ପାଇଁ ଧମକ

bbehera
  • ଯୁକ୍ତ ଦୁଇ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ବୃଦ୍ଧି ଓ ବ୍ରହ୍ମପର ବିଶ୍ଵବିଦ୍ୟାଳୟର ବର୍ଦ୍ଧିତ ଫିସ୍ ତୁରନ୍ତ ପ୍ରତ୍ୟାହାର ଦାବିରେ ଅଲ୍ ଇଣ୍ଡିଆ ଡିଏସଓର ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ଅହେତୁକ ବିଭ୍ରାଟ ଦେଖାଦେଇଛି । ଏହାର ଅଶୁ ସମାଧାନ ନେଇ ପ୍ରତିବାଦର ଡାକରା ଦିଆଯାଇଛି । ଯୁକ୍ତ ଦୁଇ ପାଠ୍ୟକ୍ରମରେ ସିଟସଂଖ୍ୟା ବୃଦ୍ଧି ଦାବୀରେ ଅଲ୍ ଇଣ୍ଡିଆ ଡ଼ିଏସଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବର୍ଦ୍ଧିତ ଫି ତୁରନ୍ତ ପ୍ରତ୍ୟାହାର ଦାବୀରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପାଇଁ ସରକାର ଯେଉଁ ପଦ୍ଧତି ଗ୍ରହଣ କରିଥିଲେ ତାହା ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଘୋର ପରିତାପର ବିଷୟ ବୋଲି କୁହାଯାଇଛି । କୌଣସି ଛାତ୍ର ସଂଗଠନ, ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଅଭିଭାବକଙ୍କ ପରାମର୍ଶ ନେଇ ଯେଉଁ ମୂଲ୍ୟାୟନର ନୀତି ନିର୍ଦ୍ଧାରଣ କରିବା କଥା ତାହା ହୋଇନାହିିଁ । ଫଳସ୍ୱରୂପ ବହୁ ଜଣ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ସଠିକ ନମ୍ବର ପାଇନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛି ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ମଧ୍ୟ ପାଇନାହିଁ ।

ଏହି କାର୍ୟ୍ୟକ୍ରମରେ ଅଲ୍ ଇଣ୍ଡିଆ ଡ଼ିଏସଓର ଓଡିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଗଞ୍ଜାମ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ଛାତ୍ରନେତା ପପୁନ ସାହୁ, କିଷାନ ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

2 × 1 =