pakka

ଅବସର ପ୍ରାପ୍ତ ଶିକ୍ଷକ କପିଳ ପତିଙ୍କ ପୁସ୍ତକ ଉନ୍ମୋଚିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସର ପ୍ରାପ୍ତ ଶିକ୍ଷକ କପିଳ ପତିଙ୍କ ଅନୁବାଦ ପୁସ୍ତକ “କଥାମୃତ ଲହରୀ” ଓ “ମଜାକିଆ ଗପ”କୋଭିଡ କଟକଣା ପାଳନ ପୂର୍ବକ ଉନ୍ମୋଚିତ ହୋଇଯାଇଛି । ଡାକ୍ତର ଅଶୋକ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ, ମୁଖ୍ୟବକ୍ତା ଭାବରେ ଯୁବ ସାମ୍ବାଦିକ ଓ କବି ସନ୍ଦୀପ କୁଅଁର ଯୋଗଦେଇ ଥିଲେ । ପୁସ୍ତକ ଦୁଇଟିକୁ ସମୀକ୍ଷା କରିଥିଲେ ରତ୍ନମୟ ତ୍ରିପାଠୀ ଓ କସ୍ତୁରୀ ରଥ । ଉନ୍ମୋଚିତ ପୁସ୍ତକ ଦୁଇଟି ସାମ୍ପ୍ରତିକ ସମାଜର ଯୁବପିଢ଼ିଙ୍କ ପାଇଁ ବହୁତ ଉପାଦେୟ ଏବଂ ବୟସ୍କ ମାନେ ଏହାକୁ ପଢ଼ି ପିଲାମାନଙ୍କୁ ବୁଝାଇବା ଦ୍ୱାରା ତାଙ୍କର ବୋଧଶକ୍ତିର ବିକାଶ ହୋଇପାରିବ ବୋଲି ଉପସ୍ଥିତ ଅତିଥି ଓ ସମୀକ୍ଷକ ମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସଦାନନ୍ଦ ସାହୁଙ୍କ ସରସ୍ୱତୀ ବନ୍ଦନା ପରେ ପୂଜ୍ୟପୂଜା ସେବା ଅନୁଷ୍ଠାନର ସମ୍ପାଦକ ମଦନ ମୋହନ ରଥ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । ସଭାକୁ ସୂଚାରୁ ରୂପେ ସମ୍ପାଦନରେ ସହଯୋଗ କରିଥିଲେ ରୃଚି, ରୋଶନ ଓ ପ୍ରଶାନ୍ତ ପତି । ଏହି ସଭାରେ ଶୁଭେନ୍ଦ୍ର ନେପାକ, ଧର୍ମବ୍ରତ ରଥ, ରଘୁନାଥ ମିଶ୍ର, ବଳିଷ୍ଠ ପ୍ରଧାନ, ଆନନ୍ଦ ଚନ୍ଦ୍ର ସାହୁ, ଜ୍ୟୋତି ରଞ୍ଜନ ମିଶ୍ର, ମଧୁ ସାହୁ ରାମଚନ୍ଦ୍ର ପଟେଲ ତଥା ସହରର ଅନେକ ସୁସାହିତ୍ୟିକ ଓ ବୁଦ୍ଧିଜୀବୀ ଓ ଭଦ୍ର ମହିଳା ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଶିକ୍ଷୟତ୍ରୀ ଜ୍ୟୋତିରାଣୀ ମିଶ୍ର ।

Leave A Reply

Your email address will not be published.

12 − twelve =