csstore

ନରସିଂହ ବିଶିଙ୍କ ଶ୍ରାଦ୍ଧ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଟାଉନ ହାଇସ୍କୁଲଠାରେ ସ୍ୱର୍ଗତ ନରସିଂହ ବିଶିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଓଷ୍ଠାର ପ୍ରାକ୍ତନ ସଭାପତି, ଶିକ୍ଷାବିତ୍ ନରସିଂହ ବିଶିଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଓଷ୍ଠା ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ‘ମୋ ସ୍ମୃତିରେ ନରସିଂହ ବିଶି’ ଶିର୍ଷକ ଏକ ସ୍ମରଣିକାକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଆଚାର୍ୟ୍ୟ ଉନ୍ମୋଚନ କରିଥିଲେ । ସତ୍ୟ ନାରାୟଣ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଷ୍ଠାର ପ୍ରାକ୍ତନ ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସ୍ୱର୍ଗତ ବିଶିଙ୍କ ସହଧର୍ମିଣୀ ପଦ୍ମିନୀ ବିଶି, ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାସ ଶର୍ମା, ଓଷ୍ଠାର ଜିଲ୍ଲା ସଭାପତି ପ୍ରତି ରଞ୍ଜନ ପ୍ରଧାନ, ପ୍ରମୋଦ ପଣ୍ଡା, ଭଗବାନ ବେହେରା, ନୀଳ ମଣି ପୁରୋହିତ, ନନ୍ଦଲାଲ ନାଏକ, ସୁରେନ୍ଦ୍ର ମହାପାତ୍ର, ସୁରେଶ ସାହୁ, ଗୌରୀ ଶଙ୍କର ପଣ୍ଡା, ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ଆଶୁତୋଷ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.