csstore

ପଦ୍ମଶ୍ରୀ କୁଞ୍ଜ ବିହାରୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଖ୍ୟାତ ନାମା ବାନ୍ଧ ଶିଳ୍ପୀ ପଦ୍ମଶ୍ରୀ କୁଞ୍ଜ ବିହାରୀ ମେହେରଙ୍କ ପଞ୍ଚଦଶତମ ଶ୍ରାଦ୍ଧ ଦିବସ ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ବରପାଲି ଗଙ୍ଗାଧର ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ଡକ୍ଟର ରବୀନ୍ଦ୍ର ଗଡତୀୟା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ହ୍ୟଣ୍ଡଲୁମ୍ କ୍ଳଷ୍ଟର ଡେଭଲପମେଣ୍ଟ ଅଫିସର ବିଷ୍ଣୁ ପ୍ରସାଦ ପଣ୍ଡା, ନଗରପାଲ ଦୀନେଶ ଗହୀର, ତହସିଲଦାର ରୁକ୍ମଣ ମେହେର ଓ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡକ୍ଟର ଚିନ୍ମୟ କୁମାର ସାହୁ ଯୋଗଦେଇ ସ୍ୱର୍ଗତ ମେହେରଙ୍କ ସଂଘର୍ଷ ପୂର୍ଣ୍ଣ କିନ୍ତୁ ସଫଳ ଜୀବନୀ ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତ ମେହେରଙ୍କ ପ୍ରତିଛବିରେ ଅତିଥିଗଣ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ମହେନ୍ଦ୍ର କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କମିଟିର ସଭ୍ୟ ବିରେନ୍ଦ୍ର ନାଥ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମେନେଜିଙ୍ଗ୍‌ ଟ୍ରଷ୍ଟି ଡକ୍ଟର ସୁରେନ୍ଦ୍ର ମେହେର ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମେହେରଙ୍କ ଲିଖିତ ଆମେରିକା ଡ଼ାୟରି ଓ ହଙ୍ଗ କଙ୍ଗ ଅନୁଭୂତି ତଥା ତାଙ୍କ ସୁପୁତ୍ର ଡ ସୁରେନ୍ଦ୍ର ମେହେରଙ୍କ ଲିଖିତ ଲଣ୍ଡନ ଓ ଜେରୁ ଜେଲମ୍ ଅନୁଭୂତି ପୁସ୍ତକ ଗୁଡ଼ିକୁ ଅତିଥି ଗଣ ଉନ୍ମୋଚିତ କରିଥିଲେ । ଏହି ଶ୍ରାଦ୍ଧ ସଭାରେ ବରପାଲିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.