jsm

ପୂର୍ବତନ ନଗରପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପୂର୍ବତନ ନଗରପାଳ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ଆଇନଜୀବୀ କୈଳାସ ଚନ୍ଦ୍ର ପଲାଇଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ପୂର୍ବତନ ବିଧାୟକ ଏନ.ନାରାୟଣ ରେଡି, ସି ପି ଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସି ପି ଏମ୍ ନେତା ହରିକୃଷ୍ଣ ରେଡି, ବରିଷ୍ଟ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ, ସିପିଏମ୍‌ ଛତ୍ରପୁର ଜୋନ୍‌ ସମ୍ପାଦକ କ୍ରୀଷ୍ଣା ରେଡି, ସି ପି ଆଇ ଛତ୍ରପୁର ଜୋନ ସହ ସମ୍ପାଦକ ବି ଆଦିନାରଣା ରେଡି, ଗଞ୍ଜାମ ଏନ୍‌ଏସି ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟନାୟକ, ଉପଦେଷ୍ଟା ବିନୋଦ ଚନ୍ଦ୍ର ପାଢ଼ୀ, ପୂର୍ବତନ ଗଂଜାମ ଏନ୍‌ଏସି ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକ, ସିପିଆଇ ଚମାଖଣ୍ଡି ଜୋନ ସେକ୍ରେଟାରୀ ଜନାର୍ଦନ ରେଡି, ସିପିଆଇ ଗଞ୍ଜାମ ଜୋନ ସେକ୍ରେଟାରୀ ପୂର୍ଣଚନ୍ଦ୍ର ରଥ, ପୁଇଁତୋଳା ବ୍ରାଞ୍ଚ ସେକ୍ରେଟାରୀ ପୂର୍ଣ୍ଣଚନ୍ଦ୍ର ପଲାଇ, ବରିଷ୍ଟ ନାଗରିକ ବ୍ରଜ ପାଣିଗ୍ରାହୀ, ସୀମାଞ୍ଚଳ ସାହୁ, ତ୍ରିନାଥ ବେହେରା, ପ୍ରତାପ ବିଶ୍ୱାଳ, ସୁଦାମ ଜେନା, ସୀମାଞ୍ଚଳ ତରାଇ, ରବିନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ସ୍ୱର୍ଗତ ପଲାଇଙ୍କ ସୃତିଚାରଣ କରିବା ସହ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବୃନ୍ଦାବନ ପାଲାଇ ସୃତି କମିଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.