ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୁଟୁଲୁମୁଣ୍ଡା ଠାରେ ଶିଶୁ ପ୍ରେମୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭିମସେନ ପଣ୍ଡା ସଭାପତିତ୍ବ କରି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ସମ୍ମନ୍ଧରେ ସମ୍ୟକ ଧାରଣା ଦେଇଥିଲେ । ଉକ୍ତ ସଭାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମାଝିପଡ଼ା, ଚଟୁଅନକା ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ଦାସ ଓ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରୀଆ ଏବଂ କୋଶଳ ପ୍ରବାହ ପ୍ରତନିଧି କୈଳାଶ ସଗ୍ରିଆ, ଆଦିତ୍ୟ କିଶାନ ଓ ଗୀତାଞ୍ଜଳି ପଧାନ ଉପସ୍ଥିତ ରହି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମୋତ୍ସବ ସମ୍ମନ୍ଧରେ ଆଲୋଚନା କରି ସ୍କୁଲର ଭର୍ଚୁଆଲ ସଭାକୁ ସମୃଦ୍ଧ କରିଥିଲେ । ସଭା ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

Leave A Reply

Your email address will not be published.