ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ : ସମ୍ପୂର୍ଣ୍ଣ ସାର୍ଟିଫିକେଟ ପ୍ରଦାନ ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ. ପ୍ରକଳ୍ପ କାର୍ୟ୍ୟକାରିତା ଓ ଅଗ୍ରଗତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ବିଭିନ୍ନ ବିଭାଗ ଦ୍ୱାରା କାର୍ୟ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଅସମ୍ପୂର୍ଣ ପ୍ରକଳ୍ପ ଗୁଡିକକୁ ଶୀଘ୍ର ଶେଷ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ କଡା ନିର୍ଦେଶ ଦେଇଛନ୍ତି । ଏଥିରେ ଟ୍ରାଞ୍ଚେ ୨୦-୨୬ ଅନ୍ତର୍ଗତ ୨୦୧୪-୧୫, ୨୦୨୦-୨୧ଅଧୀନରେ ମଂଜୁର ହୋଇଥିବା ୩୪୫ ଗୋଟି ପ୍ରକଳ୍ପର ଅଗ୍ରଗତି ଓ କାର୍ୟ୍ୟକାରିତାର ସମୀକ୍ଷା ହୋଇଥିଲା । ତନ୍ମଧ୍ୟରୁ ୧୦୧ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୬୧ଗୋଟି ପ୍ରକଳ୍ପର ବିଭିନ୍ନ ସ୍ତରରେ କାର୍ୟ୍ୟଚାଲୁ ଥିବାର ସୂଚନା ଦିଆଯାଇଛି । ଅନୁମୋଦିତ ପ୍ରକଳ୍ପ ଗୁଡିକୁ ନିର୍ଧାରିତ ସମୟ ଅବଧିରେ ସମାପ୍ତ କରିବା ତଥା ଯେଉଁ ପ୍ରକଳ୍ପ ଗୁଡିକର ଗତି ନିର୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଛି ତାହାର କାର୍ୟ୍ୟକୁ ତ୍ୱରାନ୍ୱିତ କରି ଅତିଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.