ବାଣ ଫୁଟା ସିନା ମନା, ଦୀପ ଜାଳିବାକୁ ତ’ ମନା ନାହିଁ : ଆଲୋକର ପର୍ବ ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବାଣ ଫୁଟାଇବା ପାଇଁ ପ୍ରତିବନ୍ଧକ ଲଗାଯାଇଛି । ସେମିତି ବି ପର୍ବ ପାଳନ ନାମରେ ବାଣ ଫୁଟାଇ ବାୟୁ ପ୍ରଦୂଷଣ କରିବା ମାନବ ସମାଜ ନିମନ୍ତେ କେବେ ମଙ୍ଗଳଦାୟକ ନୁହେଁ । ଏଣୁ ଦୀପାବଳି ପର୍ବକୁ ବିନା ବାଣ ଫୁଟାରେ ପାଳନ କରିବା ପାଇଁ ଆସନ୍ତୁ ଆଜି ଆମେ ପ୍ରତିବର୍ଷ ପାଇଁ ନିଜକୁ ପ୍ରସ୍ତୁତ କରିନେବା । ଆଲୋକର ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ଯଥେଷ୍ଟ ଦୀପ ଜାଳନ୍ତୁ । ନିଜ ନିଜ ପରିବାର ସଦସ୍ୟଙ୍କୁ ନେଇ ଏହି ମହାନ୍‌ ଓ ପବିତ୍ର ପର୍ବକୁ ମନଭରି ପାଳନ କରନ୍ତୁ । ନିଜ ଭିତରେ ଥିବା ଅନ୍ଧାର ମାନସିକତାକୁ ଦୂର କରି ଆଲୁଅମୁହାଁ ହେବା ଆସନ୍ତୁ, ଆଜିର ଏହି ମହାର୍ଘ୍ୟ ବେଳାରେ ।

Leave A Reply

Your email address will not be published.