pakka

ବଲାଙ୍ଗିର ଶାନ୍ତିପଡାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ସେଣ୍ଟିଙ୍ଗ ମିସ୍ତ୍ରୀ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ଠାରେ ଏକ ଘର କାମ କରୁଥିବା ସମୟରେ ଜଣେ ସେଣ୍ଟିଙ୍ଗ ମିସ୍ତ୍ରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ସେଣ୍ଟିଙ୍ଗ ମିସ୍ତ୍ରୀ ଜଣକ ଶିକାଛିଡା ଗ୍ରାମର ଲକ୍ଷ୍ମଣ ପାଣ୍ଡେଙ୍କ ପୁଅ ନିରୋଜ ପାଣ୍ଡେ ବୋଲି ଜଣାପଡିଛି । ସୂଚନା ଅନୁସାରେ ନିରୋଜ ଶାନ୍ତିପଡା ଠାରେ ଏକ ଘରେ ସେଣ୍ଟିଙ୍ଗ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତରୁ ପଡି ଯାଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

seventeen − thirteen =