pakka

ମାହେଶ୍ୱରୀ ସଂଗଠନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଶାଖା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପଂଚାୟତ ସ୍ତରୀୟ ଶାଖାଟିଏ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଘନଶ୍ୟାମ ଶତପଥି ଉପସ୍ଥିତ ଥିଲେ । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ ସଂଗଠନର ଆଭିମୁଖ୍ୟ ବାବଦରେ ଧାରା ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବରେ କୁଡାସିଂହା ମାହେଶ୍ୱରୀ ଶାଖାର ସଭାପତି ଲୋକନାଥ ପଧାନ, ସଂଯୋଜକ ମନୋରଞ୍ଜନ ଝାଙ୍କର ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ଗୁପ୍ତେଶ୍ୱର ପାତ୍ର ଉପସ୍ଥିତ ରହିଥିଲେ । ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ସର୍ବସମ୍ମତି କ୍ରମେ ରମାକାନ୍ତ ନାଏକଙ୍କୁ ସଂଯୋଜକ ଏବଂ ରଞ୍ଜିତ କରନଙ୍କୁ ସହ ସଂଯୋଜକ ଭାବରେ ଚୟନ କରାଯାଇଛି ।

jay balangir
Leave A Reply

Your email address will not be published.

2 × 1 =