pakka

ହାତୀ ଦାନ୍ତ ଜବତ, ୨ ଗିରଫ

bbehera

ଦେବଗଡ : କଂସର ଫାଣ୍ଡି ଅଧିନ ଗୋହିରା ଡ୍ୟାମ ନିକଟରୁ ରିଆମାଳ ଥାନା ପୁଲିସ ହାତୀ ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ୨ ଜଣ ହେଲେ ଦେବଗଡ ଥାନା ତଥା ତିଲେଇବଣି ବ୍ଲକ ଅନ୍ତର୍ଗତ ଡିମିରିକୁଦର ଗ୍ରାମର ପିଟର ତିଗ୍ଗା ଓ ବିଲେଇଘଟୀ ଗ୍ରାମର ଫଗୁଆ ତ୍ରିଅବଂଶି । ପୁଲିସ ସେମାନଙ୍କ ନିକଟରୁ ୨ଟି ମଟର ସାଇକଲ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ସେହିପରି ପ୍ରତ୍ୟେକ ହାତୀ ଦାନ୍ତକୁ ୩ ଖଣ୍ଡ କରି କଟା ଯାଇଥିବା ବେଳେ ଏହାର ସର୍ବମୋଟ ଓଜନ ୧୧ କେଜି ୧୬୪ ଗ୍ରାମ ରହିଥିବା ଜଣାପଡିଛି । ଉକ୍ତ ହାତୀ ଦାନ୍ତ ବିକ୍ରି କରିବାକୁ ନେଇ ଯାଉଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ । ଏହି ଦାନ୍ତ କେଉଁ ଜାଗା ଜଙ୍ଗଲରେ ହାତୀକୁ ମାରି ଅଣାଯାଇଛି ସେ ନେଇ ପୁଲିସ ତନାଘନା ଆରମ୍ଭ କରିଛି । ତେବେ ଗିରଫ ବ୍ୟକ୍ତିମାନଙ୍କୁ ପୁଲିସ ହାତୀ ଦାନ୍ତ ସହ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିବା ଏସ୍‌ପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

five + sixteen =