pakka

ଟ୍ଵିଟର ଗାର୍ଲ ଦୀପାଙ୍କ ପ୍ରୟାସରେ ହେବ ବୈତାଳି-ଧନେଶ୍ୱର ସେତୁ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦୀପା ବାରିକ ଝାରବନ୍ଧ ତଥା ପାଇକମାଲ ଅଞ୍ଚଳର ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିବା ବେଳେ ଅନେକ ସମସ୍ୟାର ସମାଧାନ ହୋଇସାରିଛି, ଯାହା ଦ୍ୱାରା ଅଞ୍ଚଳର ଲୋକେ ଉପକୃତ ହେଉଛନ୍ତି । ଏହି କ୍ରମରେ ଗତ ଉପନିର୍ବାଚନ ପୂର୍ବରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଲକର ଧନେଶ୍ୱର ଗ୍ରାମରୁ ବୈତାଳି ଗ୍ରାମକୁ ଏକ ବିଜୁ ସେତୁ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଉପନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ଯୋଗୁଁ ଅଫିସ କାମ ପ୍ରଗତି ହେଇପାରୁନଥିଲା । କିନ୍ତୁ ବର୍ତ୍ତମାନ ତାହା ସୁଚାରୁ ରୂପେ ଚାଲୁଛି । ଦୀପାଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ଵାରା ଝାରବନ୍ଧ ବିଡ଼ିଓଙ୍କ ମାଧ୍ୟମରେ ତଦନ୍ତ କରାଇଥିଲେ ଏବଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ ପ୍ରକୃତରେ ଏକ ବିଜୁ ସେତୁ ଆବଶ୍ୟକ ଅଛି ବୋଲି ଝାରବନ୍ଧ ବିଡ଼ିଓ ଉଲ୍ଲେଖ କରିବା ସହ ଏକ ବିଜୁ ସେତୁ ଅନୁମୋଦନ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବର୍ଷା ଋତୁରେ ଧନେଶ୍ୱର ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ସବୁଦିନିଆ ରାସ୍ତା ଅଭାବରୁ ଏହି ଗ୍ରାମରୁ ଲୋକେ ପୁଅ ଝିଅ ବାହାଘର ପାଇଁ ରାଜି ହୁଅନ୍ତି ନାହିଁ । ବର୍ଷ ବର୍ଷ ପ୍ରତିଶ୍ରୁତି ପରେ ମଧ୍ୟ ଏହି ଗାଁକୁ ରାସ୍ତା ହୋଇ ପାରୁନଥିଲା । ଧନେଶ୍ୱର ଗ୍ରାମବାସୀ ଟ୍ଵିଟର ଗାର୍ଲ ଦୀପା ବାରିକଙ୍କୁ ଅନୁରୋଧ କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଏକ ସେତୁ ନିର୍ମାଣ ହେବା ଖବର ଶୁଣିବା ପରେ ଅଞ୍ଚଳବାସୀ ଦୀପା ବାରିକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୀପାଙ୍କ ଉକ୍ତ ଜନମଙ୍ଗଳ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.

four × one =