pakka

ଡେଲାଙ୍ଗ ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଗତ ୧୯ ତାରିଖରେ ଉତ୍କଳ ଗୌରବ ବିଦ୍ୟା ନିକେତନ, ସିଂହବ୍ରହ୍ମପୁର ଠାରେ ଉଦ୍‌ଘାଟିତ ହୋଇ ଆଜି କବି ପ୍ରସନ୍ନ ପଟ୍ଟଶାଣୀ ହାଇସ୍କୁଲ ମୁନିନ୍ଦାଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ପ୍ରାକ୍ତନ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପୁରୀ ବାଟକୃଷ୍ଣ ଜେନା, ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଅଧ୍ୟାପକ ତ୍ରିନାଥ ପରିଡା, ମୁନିନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈଜୟନ୍ତୀମାଳା ହରିଚନ୍ଦନ ଓ ଡେଲାଙ୍ଗ ବ୍ଲକ ପୂର୍ବତନ କ୍ରୀଡା ସଂସଦ ସମ୍ପାଦକ ଆର୍ତତ୍ରାଣ ମହାନ୍ତି ଯୋଗଦେଇ ସମାଜ ପାଇଁ କ୍ରୀଡା ଆବଶ୍ୟକତା ଓ ଭୂମିକା ସମର୍କରେ ଆଲୋକପାତ କରିଥିଲେ । କେପିପି ଉଚ୍ଚ ବିଦ୍ୟାଳୟର କ୍ରୀଡା କ୍ଷେତ୍ରରେ ସଫଳତାକୁ ପ୍ରଶଂସା କରିଥିଲେ । କବାଡି ୧୭ ବର୍ଷରୁ କମ ବାଳକ ବିଭାଗରେ ଘୋରଡ଼ିଆ ହାଇସ୍କୁଲ ଓ କେପିପି ହାଇସ୍କୁଲ ମୁନିନ୍ଦା, ବାଳିକା ବିଭାଗରେ ସରକାରୀ ବାଳିକା ବିଦ୍ୟାଳୟରେ ଡେଲାଙ୍ଗ ଓ ସୋମନାଥ ଦେବ ବିଦ୍ୟାପୀଠ ହରିରାଜପୁର, ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ ବି.ଜେ.ବି. ନୋଡାଲ ଉଚ୍ଚ ପ୍ରାଥମିକ ଘୋରଡ଼ିଆ ଓ ସରକାରୀ ହାଇସ୍କୁଲ ବେରବୋଇ, ବାଳିକା ବିଭାଗରେ ସରକାରୀ ବାଳିକା ବିଦ୍ୟାଳୟ ଡେଲାଙ୍ଗ ଆଙ୍କୋଇ ଉଚ୍ଚ ପ୍ରାଥମିକ ବିଦାଳୟ, ଖୋଖୋ ୧୭ ବର୍ଷରୁ କମ ଉଭୟ ବାଳିକା ଓ ବାଳକ ବିଭାଗରେ କେ.ପି.ପି ହାଇସ୍କୁଲ ମୁନିନ୍ଦା ଓ ଘୋରଡ଼ିଆ ହାଇସ୍କୁଲ, ୧୪ ବର୍ଷରୁ କମ ବାଳକରେ ମୁନିନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅମାଳଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଳିକା ବିଭାଗରେ କେ.ପି.ପି ହାଇସ୍କୁଲ ମୁନିନ୍ଦା ଓ ଅମାଳଙ୍ଗ ଉପ୍ରା ବିଦ୍ୟାଳୟ, ଭଲିବଲରେ ଶ୍ରୀପୁରୁଷୋତ୍ତମପୁର ହାଇସ୍କୁଲ ଓ ଷଡାଙ୍ଗଇ ହାଇସ୍କୁଲ, କ୍ରିକେଟରେ ସୋମନାଥଦେବ ଉଚ୍ଚ ବିଦ୍ୟାପୀଠ ହରିରାଜପୁର ଓ ଉତ୍କଳ ଗୌରବ ବିଦ୍ୟା ନିକେତନ, ଫୁଟବଲରେ ଉତ୍କଳ ଗୌରବ ବିଦ୍ୟାନିକେତନ ଓ ସୋମନାଥ ଦେବ ଉଚ୍ଚ ବିଦ୍ୟାପୀଠ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦୌଡ଼ାକୁଡ଼ ପ୍ରତିଯୋଗିତାରେ ରାଧାକାନ୍ତ ବିଦ୍ୟାପୀଠ, ରାଧାମୋହନ ବିଦ୍ୟାପୀଠ, ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, ପଂଚାୟତ ହାଇସ୍କୁଲ ବୋଲକଣା ଇତ୍ୟାଦି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୌଡ଼କୁଦରେ ସଫଳତା ପାଇଁ ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଡେଲାଙ୍ଗ ମଣ୍ଡଳ ପାଇଁ ସୁନାମ ଆଣିବେ ବୋଲି ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା ସୂଚନା ପ୍ରକାଶ କରିଛନ୍ତି । ଡେଲାଙ୍ଗ ବ୍ଲକର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ କ୍ରୀଡା ଉତ୍ସବକୁ ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

four × two =