om academy

ଗ୍ରାହକ ସେବାକେନ୍ଦ୍ରରେ ଲୁଟ

jsm

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ଆଜି ମଧ୍ୟାହ୍ନରେ ଲୁଟ ହୋଇଛି । ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଖବର ଅନୁଯାୟୀ, ଏକ ନମ୍ବର ବିହୀନ ବାଇକ୍‌ରେ ଦୁଇଜଣ ଯୁବକ ହେଲମେଟ୍‌ ପିନ୍ଧି ଗ୍ରାହକ ସେବାକେନ୍ଦ୍ରରେ ନିକଟରେ ପହଞ୍ଚିଥିଲେ । ପରେ ସେମାନେ ସେବାକେନ୍ଦ୍ର ଭିତରକୁ ପଶି ଯାଇଥିଲେ । ସେଠାରେ ସେମାନେ ଧରିଥିବା ବନ୍ଧୁକ ବାହାର କରି ଅନିଲଙ୍କ ମୁଣ୍ଡରେ ଲଗାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏପରି କି ସେମାନେ କେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.