pakka

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଓାନ) : ହମିରପୁର ଉନ୍ନୟନ ପରିଷଦ ଓ ପିଟରଲାର୍କ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତଥା ମେଡଷ୍ଟପ ପଲୀ କ୍ଲିନିକର ସହଯୋଗରେ ହମିରପୁର ଗୋପବନ୍ଧୁ ହାଇସ୍କୁଲଠାରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ଦ୍ବାରା ସ୍ଥାନୀୟ ଅଂଚଳବାସୀ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ପାଇବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି କହିଥିଲେ । ଅନ୍ୟତମ ଅତିଥି ଡାକ୍ତର ଅଭିଷେକ ରାଉତରାୟ ସ୍ବାସ୍ଥ୍ୟ ହିଁ ସଂପଦ କହିବା ସହ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏଭଳି କାର୍ୟ୍ୟକ୍ରମ କରୁଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ଆଗାମୀ ଦିନରେ ଏହା ବଜାୟ ରହିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି କାର୍ୟ୍ୟକ୍ରମରେ ଡାକ୍ତର ରାଉତରାୟଙ୍କ ବ୍ୟତୀତ ଡାକ୍ତର ସତିଶ ପ୍ରସାଦ ସେଠୀ, ଡାକ୍ତର ଚିନ୍ମୟ ସାହୁ, ବିକାଶ ବାନାର୍ଜୀ, ପଙ୍କଜ ପାତ୍ର, ସସ୍ମିତା କାଲସାଇ, ମୀନତି ସାହୁ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ପରୀକ୍ଷା କରି ଆବଶ୍ୟକୀୟ ଉପଦେଶ ପ୍ରଦାନ କରିଥିଲେ । ମଧୁମେହ, ବ୍ଲଡ ପ୍ରେସର ଓ ଅନ୍ୟାନ୍ୟ ରୋଗ ବିଷୟରେ ପରୀକ୍ଷା କରାଯାଇଥିଲା । କାର୍ୟ୍ୟକ୍ରମକୁ ଉନ୍ନୟନ ପରିଷଦର ସଭାପତି ସୁମନ ଦତ୍ତ, ସମାଜସେବୀ ଚନ୍ଦ୍ରକାନ୍ତ ସାହୁ, ମନୋଜ ସାହୁ, ସଂଜୀବ ପଣ୍ଡା, ରଂଜନ କୁମାର ସାମଲ ପ୍ରମୁଖ ଉପସ୍ଥିତରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ହମିରପୁର ଅଂଚଳର ଶତାଧିକ ଲୋକ ଏହି ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।

Leave A Reply

Your email address will not be published.

4 + 14 =