pakka

‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ତିଆରି ହେବ : ସଲମାନ ଖାନ ନିଶ୍ଚିତ କଲେ

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଭଲ ଖବର ଆସିଛି । ସୁପରଷ୍ଟାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ଖୁବ ଶୀଘ୍ର ଆସିବ । ବଲିଉଡର ସୁପରଷ୍ଟାର ସଲମାନ ଖାନ ପ୍ରକାଶ କରିଛନ୍ତି ଯେ, ଏହାର ସିକ୍ୱେଲ ଏସ.ସ ରାଜାମୌଲିଙ୍କ ପିତା ଭି.ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି, ଯିଏ ମୂଳ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ କାହାଣୀ ଭାବେ ଜାତୀୟ ପୁରସ୍କାର ପାଇଛନ୍ତି । ଅଭିନେତା ‘ଆର୍‌ଆର୍‌ଆର୍‌’ ପ୍ରି-ରିଲିଜ୍ ଇଭେଣ୍ଟରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ସିକ୍ୱେଲ୍ ବିଷୟରେ ତାଙ୍କ ପ୍ରଶଂସକଙ୍କୁ ଅପଡେଟ୍ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ମାତା କରନ ଜୋହର, ଏସ.ଏସ୍ ରାଜାମୌଲି ଆରଆରଆର ଅଭିନେତା ଜୁନିଅର୍‌ ଏନ୍‌ଟିଆର୍‌, ରାମ ଚରଣ ଏବଂ ଆଲିଆ ଭଟ୍ଟ ଉପସ୍ଥିତ ଥିଲେ ।

କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ବ୍ୟତୀତ କରୀନା କପୁର ଏବଂ ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଚଳଚ୍ଚିତ୍ରଟି ୧୭ ଜୁଲାଇ ୨୦୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଏହି ଚଳଚ୍ଚିତ୍ରଟି ଭାରତ-ପାକିସ୍ଥାନ ସମ୍ବନ୍ଧରେ ଏକତାର ବାର୍ତ୍ତା ଦେଇଛି । ବଲିଉଡର ସୁପରଷ୍ଟାର ସଲମାନ ଖାନ ଜଣେ ସରଳ ଚିନ୍ତାଧାରା ବିଶିଷ୍ଟ ହନୁମାନ ଭକ୍ତ ପୱନଙ୍କ ଚରିତ୍ରରେ ଅଭିନୟ କରିଥିଲେ, ଯିଏ ଜଣେ ମୂକ ଝିଅ ସହିତ ପାକିସ୍ଥାନ ଯିବାକୁ ସୀମା ପାର କରନ୍ତି । ମୁନି ନାମକ ଏହି ଝିଅର ଚରିତ୍ର ହର୍ଷଲି ମଲହୋତ୍ରାଙ୍କ ଦ୍ୱାରା ଅଭିନୟ କରିଥିଲେ । ଅନ୍ୟପକ୍ଷରେ ନୱାଜୁଦ୍ଦିନ ସିଦ୍ଦିକି ଏହି ଚଳଚ୍ଚିତ୍ରରେ ପାକିସ୍ତାନୀ ସାମ୍ବାଦିକ ଭାବରେ ଅଭିନୟ କରିଥିଲେ ।

Leave A Reply

Your email address will not be published.

12 + 13 =