pakka

୧୧ ରାଜ୍ୟରେ ଓମିକ୍ରନ୍ ନିଜ ସ୍ଥିତି ଜାହିର୍‌ କଲା : ମାତ୍ର ୧୮ ଦିନରେ ୧୫୩ ଜଣ ସଂକ୍ରମିତ, ମହାରାଷ୍ଟ୍ରର ଅବସ୍ଥା ଚିନ୍ତାଜନକ

kalikesh

ନୂଆଦିଲ୍ଲୀ : କରୋନା ଭୂତାଣୁର ନୂତନ ଭାରିଆଂଟ୍‌ ଓମିକ୍ରନ୍ ବିଶ୍ୱର ୯୦ରୁ ଅଧିକ ଦେଶରେ ପାଦ ଦେଇ ସାରିଛି । ଭାରତରେ ମଧ୍ୟ ଓମିକ୍ରନର ନୂତନ ମାମଲା ଦ୍ରୁତ ଗତିରେ ବ୍ୟାପୁଥିବା ଦେଖାଯାଉଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଅତିକ୍ରମ କରିଛି । ମହାରାଷ୍ଟ୍ରରୁ ଆଉ ୬ ଜଣ ଏବଂ ଗୁଜୁରାଟରୁ ୪ ଜଣ ଓମିକ୍ରନ୍ ସଂକ୍ରମିତ ହେବା ପରେ ଦେଶରେ ମୋଟ ମାମଲା ୧୫୩ କୁ ବୃଦ୍ଧି ପାଇଛି ।

ସରକାରୀ ପ୍ୟାନେଲ ପକ୍ଷରୁ ଦାବୀ କରାଯାଇଛି ଯେ, ଆସନ୍ତା ଏକ ମାସ ମଧ୍ୟରେ ଏହି ଭାରିଆଂଟ୍‌ ଭାରତ ପାଇଁ ଏକ ବଡ ବିପଦ ହୋଇପାରେ । ପ୍ୟାନେଲ ଅନୁଯାୟୀ, ଓମିକ୍ରନ୍ କାରଣରୁ ଦେଶରେ କରୋନାର ତୃତୀୟ ତରଙ୍ଗ ହୋଇପାରେ । ଫେବୃଆରୀରେ ଏହା ଶିଖରରେ ପହଞ୍ଚିବ । କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଓମିକ୍ରନ୍ ଦେଶର ୧୧ ଟି ରାଜ୍ୟରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୨୨, ରାଜସ୍ଥାନରେ ୧୭ ଏବଂ କର୍ଣ୍ଣାଟକରେ ୧୪, ତେଲେଙ୍ଗାନାରେ ୨୦, ଗୁଜୁରାଟରେ ୧୧ ଓମିକ୍ରନ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ କେରଳରେ ୧୧, ଆନ୍ଧ୍ରପ୍ରଦେଶରେ ଜଣେ, ଚଣ୍ଡିଗଡ଼ରେ ଜଣେ, ତାମିଲନାଡୁରେ ଜଣେ ଏବଂ ପଶ୍ଚିମବଙ୍ଗରେ ଜଣେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ପରିସ୍ଥିତି ଅଧିକ ଚିନ୍ତାଜନକ । ରାଜ୍ୟରେ ଏ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ ୫୪ଟି ମାମଲା ମଧ୍ୟରୁ ୨୨ ଜଣ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ।

pp
Leave A Reply

Your email address will not be published.

one × 3 =