pakka

ଛତ୍ରପୁର ମହୋତ୍ସବରେ ସାମ୍ବାଦିକଙ୍କ ସ୍ଥାନ ବର୍ଜନ

bbehera

ଦ୍ୱିତୀୟ ଦିନରେ ଓଲିଉଡ ସଙ୍ଗୀତ ଜଗତର କଳାକାର ସଲମାନ ଅଲ୍ଲୀଙ୍କ ସଙ୍ଗୀତରେ ଦର୍ଶକ ମୋହିଗଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦୁଇ ଦିନିଆ ପଲ୍ଲୀଶ୍ରୀମେଳା ବନାମ ଛତ୍ରପୁର ମହୋତ୍ସବ ଆନନ୍ଦ ଉଲ୍ଲାସ ଓ ଉଦ୍ଦିପନା ମଧ୍ୟରେ ସମାହିତ ହୋଇଯାଇଛି । ଭାରତ ପ୍ରସିଦ୍ଧ ଓଲିଉଡ ସଙ୍ଗୀତ ଜଗତର କଳାକାର ସଲମାନ ଅଲ୍ଲୀଙ୍କ ସଙ୍ଗୀତରେ ଦର୍ଶକ ତାଳ ମିଳାଇ ଗୀତ ଗାଇ ଗାଇ, ଝୁମିଲେ । ସଲମାନଙ୍କ ସାଥୀ ସହଚରୀ, ବାଦ୍ୟଯନ୍ତ୍ର ସଙ୍ଗୀତ ଟିମ୍‌ଙ୍କ ପରିବେଷଣ ମଧ୍ୟ ଅତ୍ୟନ୍ତ ମନୋମୁଗ୍‌ଧ କର ହୋଇ ଲକ୍ଷାଧିକ ଦର୍ଶକଙ୍କୁ ମନ ମୋହିଥିଲା । ସୁଶ୍ରୀ ବନଜା ପ୍ରିୟଦର୍ଶନୀ ଓରଫ୍‌ ପ୍ରିୟା ସଲମାନଙ୍କ ପୂର୍ବ କଣ୍ଠ ଶିଳ୍ପୀ ଭାବେ ଯୋଗଦେଇ ଓଡ଼ିଆ ଏବଂ ହିନ୍ଦୀ ସଙ୍ଗୀତ ପରିବେଷଣ କରି ମଧ୍ୟ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ ଆଣିଦେଇଥିଲେ । ଦ୍ୱିତୀୟ ତଥା ଉଦଯାପନୀ ଦିବସ ମହୋତ୍ସବରେ ଦର୍ଶକଙ୍କ ଆଶାଠାରୁ ଅଧିକ ମାତ୍ରାରେ ମୋହି ଯାଇଥିଲେ । ପ୍ରାରମ୍ଭରେ ଆଞ୍ଚଳିକ କଳା ଅନୁଷ୍ଠାନ କଳା ବିକାଶ କେନ୍ଦ୍ର ସମେତ ଅନ୍ୟାନ୍ୟ କେତୋଟି କଳା ସଂଗଠନ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତେବେ ଶେଷରେ ମୁଖ୍ୟ ଆକର୍ଷଣକୁ ସମସ୍ତେ ଅପେକ୍ଷା କରିଥିଲେ । ଚଳିତବର୍ଷର ଦ୍ୱିତୀୟ ଦିନରେ ଉଦ୍‌ଯାପିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଶାତୀତ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା । କିନ୍ତୁ ପ୍ରଥମ ଦିନରେ ସାମ୍ବାଦିକଙ୍କୁ ଅଣଦେଖା କରାଯାଇଥିବା ବେଳେ ସାମ୍ବାଦିକମାନେ ନିଜ ସ୍ଥାନ ବର୍ଜନ କରିଥିଲେ । ରବିବାର ଅପରାହ୍ନରେ ଛତ୍ରପୁର ପ୍ରେସକ୍ଲବ ବୈଠକର ନିଷ୍ପତ୍ତି ପ୍ରକାରେ ଛତ୍ରପୁର, ବ୍ରହ୍ମପୁର ଓ ଗଞ୍ଜାମ ବ୍ଳକ୍ ଅଞ୍ଚଳରୁ କୌଣସି ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟରେ ଯୋଗ ଦେଇନଥିଲେ । ତେଣୁ ଛତ୍ରପୁର ମହୋତ୍ସବରେ ପ୍ରେସ ଗ୍ୟାଲେରୀ ସମ୍ପୂର୍ଣ୍ଣ ଖାଲିଥିବା ନେଇ ଏକ ଅଭାବନୀୟ ଘଟଣା ଜନତାଙ୍କୁ ଆଲୋଡିତ କରିଛି ।

Leave A Reply

Your email address will not be published.

three × 4 =