ସ୍ୱାସ୍ଥ୍ୟ କମିଟି ଏବଂ ଅଧିକାର ସଂଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ଦେଶରେ କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଗାଇସିଲେଟ ବ୍ଲକ ଗନିଆପାଲି ଗ୍ରା.ପ ମଲମଣ୍ଡା ଗ୍ରାମରେ ସ୍ୱାସ୍ଥ୍ୟ କମିଟି ଏବଂ ଅଧିକାର ସଂଗଠନ ଦ୍ୱାରା ସଚେତନ କରାଯାଇଛି । କରୋନା ପରୀକ୍ଷା କରିବା ପାଇଁ ଲୋକେ ଭୟ କରୁଥିବା ଫଳରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ବହୁ ମାତ୍ରାରେ ରହିଛି । ଏହି ମହାମାରୀ ସମୟରେ କେବଳ ପ୍ରଶାସନ ସରକାରଙ୍କ ଉପରେ ଦାୟିତ୍ୱ ଲଦି ନ ଦେଇ ନିଜେ ନିଜର ଦାୟିତ୍ୱ ନିର୍ବାହ କରିବା ସଭ୍ୟ ସମାଜର କର୍ତ୍ତବ୍ୟ ବୋଲି ସରୋଜ ସାହୁ ବୁଝାଇ ଥିଲେ । ଗାଁରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ଔଷଧ, ଓଆରଏସ, ଗ୍ଲୋକୋଚ୍ ବଣ୍ଟନ କରାଯାଇଥିଲା । ଅଧିକାର ସଭାପତି ତଥା ସରପଞ୍ଚ ତୁଳସୀ ରାମ ସେଠ, ସ୍ୱାସ୍ଥ୍ୟ କର୍ମୀ ଯଶୋବନ୍ତି ଧରୁଆ, ଅଙ୍ଗନବାଡି କର୍ମୀ ମେନକା ବାରିକ, ଆଶାକର୍ମୀ ଫଗୁଣି ବରିହା, ସୁକାନ୍ତି ବରିହା, ରବି ସାହୁ ପ୍ରମୁଖ ସହ ଯୋଗ କରିଥିଲେ ।

Leave A Reply

Your email address will not be published.

2 × five =